pakka

୨୬ତମ ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ୨୬ତମ ଦୋଳ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସାଂସ୍କୃତିକ କମିଟିର ଆବାହକ କ୍ରମେ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଚ୍ଚ ୭ରେ ହେବାକୁ ଥିବା ଦୋଳ ମହୋତ୍ସବରେ ଗୋଉଡ ଜାତିର ବାଡି ଖେଳ, କଳଙ୍ଗା ନୃତ୍ୟ ଓ ସଂକିର୍ତ୍ତନ୍ୟ ଦଳ ଶୋଭାଯାତ୍ରାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, କାର୍ଯ୍ୟକାରୀ ସଭାପତି ଖରତ୍‌ କୁମାର ରାଉତ, ଉପଦେଷ୍ଟା ଦୁତି ବାହାନ ଚନ୍ଦନ, କିଶୋର ଜାଲ, ରଥିଚନ୍ଦ୍ର ଭୋଇ, ସଂନ୍ଦୀପ ବାଗ, ଜୟଦେବ ଜାଲ, ଦିଲିପ ବାଗ, ଘାସିରାମ ଦୀପ, ଆକୁଳ ବଗର୍ତ୍ତି , ସାନ ଜାଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 9 =