pakka

ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

bbehera

ମାଲକାନଗିରି/ଚିତ୍ରକୋଣ୍ଡା : ଖାଲରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଢେପ ସାହିର ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ (୩ବର୍ଷ) ଦୁହେଁ ଆଜି ସକାଳେ ଖେଳୁଥିବା ସମୟରେ ନିକଟରେ ଥିବା ଏକ ଖାଲରେ ଗୋଡ଼ ଖସି ପଡିଯାଇଥିଲେ । ଏହି ଖାଲରେ ଅଧିକ ପାଣି ଥିବାରୁ ସେମାନେ ଉପରକୁ ଉଠି ପାରିନଥିଲେ । ପରିବାର ଲୋକେ ଖୋଜାଖୋଜି କଲାପରେ ଉକ୍ତ ଖାଲରୁ ସେମାନଙ୍କୁ ଉଦ୍ଧାର କରି ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ପାଇଁ ଠିକାଦାରମାନେ ଖାଲ ଖୋଳି ପାଣି ରଖୁଥିଲେ । ହେଲେ ରାସ୍ତା କାମ ସରିବା ପରେ ଗାତକୁ ନପୋତି ତାକୁ ଖୋଲା ଛାଡି ଦେଇଛନ୍ତି । ଯାହା ଦ୍ଵାରା ଏହି ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଛି ୨ ଶିଶୁକନ୍ୟାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

15 + two =