pakka

ଫେବୃୟାରୀ ୫ରୁ ୮ ଗାନ୍ଧୀ ଷ୍ଟାଡିୟମରେ ହେବ ଓଡିଶା ବନାମ ମେଘାଳୟ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆଗାମୀ ୫ ତାରିଖରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ୨୫ ବର୍ଷ ବର୍ଗ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଆହୂତ ହେବ । ପ୍ରସଙ୍ଗରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଆଜି ଅପରାହ୍ନ ଘ. ୪ ସମୟରେ ଷ୍ଟାଡିୟମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟତମ ଉପସଭାପତି ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ମହିଳା କ୍ରିକେଟ କୋଚ ଅରୁଣ କୁମାର ନାୟକ ମଂଚାସୀନ ଥିଲେ । ଟ୍ରଫି ଆୟୋଜନ ସଂପର୍କିତ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଂପାଦକ ପୁଜାରୀ ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଶୃଙ୍ଖଳାର ସହ ଏହାର ଆୟୋଜନ କରିବାକୁ କହିଥିଲେ । ଓଡିଶା ବନାମ୍‌ ମେଘାଳୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟ୍ରଫିର ଆରମ୍ଭ ପୂର୍ବରୁ ଉଭୟ ଦଳ ଖେଳାଳି ୩ ଓ ୪ ତାରିଖରେ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ ବୋଲି ସୂଚନା ଦେଇଥିଲେ । ସି.ଡି. ସୁନିଲ ଅନ୍‌ଲାଇନ ସ୍କୋରର ଭାବେ, ସଂଦୀପ କୁମାର ଜି-ମେନୱେଲ ସ୍କୋରର, ସାରଦା ପ୍ରଶନ୍ନ ବିଶ୍ୱାଲ ଭିଡିଓ ଏନାଲିଷ୍ଟ ସିନିୟର, ଗୋବିନ୍ଦ ବେହେରା ଭିଡିଓ ଏନାଲିଷ୍ଟ ଜୁନିୟର, ଅଳିନ୍ଦ ନାଇଡୁ ମ୍ୟାଚ୍‌ ରେଫରି, ବୈବଭ ଢୋକରେ ଅମ୍ପାୟାର ଓ ସନ୍ଦୀପ ବାସୁଦେବ ମଧ୍ୟ ଅମ୍ପାୟାର ଭାବେ ୪ ଦିନ ହେବାକୁ ଥିବା ମ୍ୟାଚ୍‌ ପରିଚାଳନା କରିବେ ବୋଲି ସଂସଦ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.

3 × two =