oom

ରୋଗୀ କଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ

jsmm

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ବୁଧବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାର୍ଷିକ ବଜେଟ୍‍, ରୋଗୀଙ୍କ ସମସ୍ୟା ସହିତ ଷ୍ଟାଫ କ୍ୱାର୍ଟର ମରାମତି ବିଷୟରେ ବିସ୍ତୃତଭାବେ ଆଲୋଚନା ହୋଇଥିଲା । ନିରବଛିନ୍ନ ବିଦ୍ୟୁତସେବା ପାଇଁ ଏକ ଡି.ଜି ମେସିନ୍‍ କ୍ରୟ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହା ସହିତ ରୋଗୀଙ୍କ ସୁବିଧା ପାଇଁ ଗୋଟିଏ ଗୋଷ୍ଠୀ ଶୌଚାଳୟ ମଧ୍ୟ ନିର୍ମାଣ ପାଇଁ ଆଲୋଚନା ହୋଇଛି । ଷ୍ଟାଫ୍‍ କ୍ୱାର୍ଟର ମରାମତି ପାଇଁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ୯କୋଟି ୯୦ଲକ୍ଷ ଟଙ୍କାରେ ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ମେଡିକାଲ ଗୃହ ନିର୍ମାଣ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ତ୍ରୀଙ୍କ ସହ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଏବଡିଓ ସୁବାଷ ଯାନୀ, ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ, ଡାକ୍ତର ଚିନ୍ମୟ ମିଶ୍ର, ବିପିଏମ ଅରୁଣ କୁମାର ପାଢ଼ୀ, ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.