pakka

ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ଭେଟି ପର୍ବ ପାଳିତ

bbehera

ସୁଆଣ୍ଡୋ : ପୁରୀ ଜିଲ୍ଲାର ବୈଷ୍ଣବ କ୍ଷେତ୍ର ଭାବେ ଜଣାଶୁଣା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ପର୍ବ ବୁଧବାର ପାଳିତ ହୋଇଯାଇଛି । ଦୈନନ୍ଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ ସଜା ଯାଇଥିଲା । ସନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସେବକମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ଏହି ବେଶରେ ଠାକୁର ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଂଶୀ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ସହିତ ତୁଳସୀ ଓ ଫୁଲମାଳ ଆଦି ପରିଧାନ କରିଥିଲେ । ମହାପ୍ରଭୁଙ୍କ ରାଜା ବେଶ ଦେଖିବାକୁ ମନ୍ଦିରରେ ଭକ୍ତମାନଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ପାରମ୍ପରୀକ ସୁନିଆଁ ଭେଟି ଦେବା ପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେ ଘଣ୍ଟ ବଜାଇ, ମଶାଲ ଜଳାଇ ମନ୍ଦିରରେ ପହଞ୍ଚିଥିଲେ । ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଲୋକମାନେ ଆସିଥିବାର ଦେଖାଯାଇଥିଲା । ସାଙ୍ଗରେ ଫୁଲମାଳ ଭୋଗ ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଆଣିଥିବା ଦେଖାଯାଇଥିଲା । ଏହି ପର୍ବରେ ମନ୍ଦିରର ସେବାୟତମାନେ ନିଜେ ନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା ଆଦି ବର୍ଷକୁ ଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ । ସୁନିଆଁ ଭେଟି ନିମନ୍ତେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଶ୍ରଦ୍ଧାଳୁମାନଙ୍କର ତାଲିକା ପଢ଼ିବା ପରେ ଜଣଜଣ କରି ଭେଟି ପ୍ରଦାନ କରିଥିଲେ ।

Leave A Reply

Your email address will not be published.

3 + ten =