pakka

କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା : ଅତାବିରା କୋଶଳସେନା ଦ୍ୱାରା ଜାତୀୟ ରାଜପଥ ଅଚଳ

bbehera

ରେଙ୍ଗାଲିକ୍ୟାମ୍ପ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀରେ ଆଜି କୋଶଳ ସେନା ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଅତାବିରା କୋଶଳ ସେନାର ଜିଲ୍ଲା ସମ୍ପାଦକ ବିରବଲ୍ ମହାକୁରଙ୍କ ଆହ୍ୱାନ କ୍ରମେ ହୋଇଥିବା ଏହି ବନ୍ଦ ଡାକରାକୁ ଅତାବିରା କୋଶଳ ସେନା ସଂଗଠନର ସଂଯୋଜକ ରମଣୀ ଦନ୍ତାଙ୍କ ନେତୃତ୍ୱରେ ଆଜି ଏହାକୁ ପୂର୍ଣ୍ଣ ସମର୍ଥନ କରାଯାଇ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରାଯାଇଥିଲା । ନିଜ ଅଞ୍ଚଳର ସ୍ୱତନ୍ତ୍ରତା ପାଇଁ କରାଯାଇଥିବା ଏହି ବନ୍ଦକୁ ଆନ୍ତରିକତାର ସହ ସମର୍ଥନ ଜଣାଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ରାଜ୍ୟ ସଭାପତି ସଡାନନ ଭୋଇ, ସମ୍ପାଦକ ଲୋକେଶ୍ୱର ପ୍ରଧାନ, ବ୍ଲକ ସଭାପତି ହାରାଧନ ପ୍ରଧାନ ତଥା ଅତାବିରା କୋଶଳର ମିଳିତ ଉଦ୍ୟମରେ ସକାଳ ଆଠଟାରୁ ଜାତୀୟ ରାଜପଥକୁ ଅବରୋଧ କରି ସମ୍ପୂର୍ଣ୍ଣ ଅଚଳ କରିଥିଲେ । ଏହି ବନ୍ଦ ପାଇଁ ସାତଦିନ ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ପହଞ୍ଚି କୋଶଳ ମହାବନ୍ଦକୁ ସମର୍ଥନ କରିବାକୁ ଲିଖିତ ମାଧ୍ୟମରେ ଅବଗତ କରାଇଥିଲେ । ଆଜିର ଏହି ବନ୍ଦ ଡାକରାରେ ‘ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ସହ କୋଶଳବାସୀଙ୍କ ସ୍ୱାଭିମାନ ଆମର ଦାବୀ’ ବୋଲି ନାରା ଦିଆଯାଇଥିଲା । ଏହା କେବଳ କୋଶଳ ସେନାଙ୍କ ଲଢେଇ ନୁହେଁ, ଏହି ସଂଗ୍ରାମ ଦୁଇ କୋଟିରୁ ଅଧିକ କୋଶଳବାସୀଙ୍କ ଲଢେଇ ଅଟେ । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ନ ହେବା ଯାଏ ଏହି ଆନ୍ଦୋଳନ ଏହିପରି ଚାଲୁଥିବ ବୋଲି କୃଷକ ସଂଗଠନର ସଭାପତି ଶ୍ରୀ ଭୋଇ କହିଥିଲେ । ତେଣୁ ସମସ୍ତ କୋଶଳବାସୀ ଏହାକୁ ପୂର୍ଣ୍ଣ ସମର୍ଥନ କରି କୋଶଳର ବିକାଶ ଓ ସ୍ୱାଭିମାନ ପାଇଁ ଏକତାବଦ୍ଧ ଭାବରେ ସଂଗ୍ରାମ କରିବାର ମୁହୁର୍ତ୍ତ ଆସିଛି ବୋଲି ଆହ୍ବାନ ଦିଆଯାଇଥିଲା । ଅତାବିରାରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ଆଦି ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦକୁ କୃଷକ ସଂଗଠନର ବରିଷ୍ଠ ସଭ୍ୟ ବସନ୍ତ ବାରିକ୍, ହୃଷୀକେଶ ପ୍ରଧାନ, ପଲଉ ମାଝୀ, ବୀରେନ, ସତ୍ୟ ମିଶ୍ର ପ୍ରମୁଖଙ୍କ ସହ ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସର ପ୍ରାଥମିକ ଶିକ୍ଷକ ସଂଘ, ମାରୱାଡ଼ି ସମ୍ମେଳନ, ମାରୱାଡ଼ି ଯୁବା ମଞ୍ଚ, ଲାୟଂସ କ୍ଲବ୍ ତଥା ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.

five × 2 =