pakka

ବିନିକାରେ କୋଶଳ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମର୍ଥନ

bbehera

ବିନିକା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ନେଇ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିଆଯାଇଥିବା କୋଶଳାଞ୍ଚଳରେ ମହାବନ୍ଦ ଡାକରାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିପୁଳ ଜନ ସମର୍ଥନ ମିଳିଛି । ଏହି ୧୨ ଘଣ୍ଟିଆ ମହାବନ୍ଦକୁ ସବୁଠି ବିପୁଳ ସମର୍ଥନ ମିଳିଥିବା ନେଇ ସାଧାରଣରେ ଆନ୍ଦୋଳନକାରୀ ମହଲରେ ଉଷ୍ମତା ପ୍ରକାଶ ପାଇଛି । ଫଳରେ ଏପରି ସ୍ଥିତିରେ ଲୋକେ ସ୍ଵତଃସ୍ଫୂର୍ତ୍ତ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇ ଆସି ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀରେ ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଆଜିର ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଆନ୍ଦୋଳନ ଯୋଗୁଁ ଅଞ୍ଚଳରେ ଏକ ପ୍ରକାର ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ସହର ସ୍ଥିତ ଅନ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀରେ ସମସ୍ତେ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ସହର ସ୍ଥିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସମସ୍ତ ସରକାରୀ ଅଫିସ, ସମୂହ ବ୍ୟାଙ୍କ, କୋର୍ଟ କଚେରୀ ଏବଂ ଅନ୍ୟ ସମସ୍ତ ସାମାଜିକ ଅନୁଷ୍ଠାନ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ କୋଶଳ ରାଜ୍ୟ ଦାବୀରେ ଆନ୍ଦୋଳନକାରୀଙ୍କ ଦ୍ୱାରା ପିକେଟିଂ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ସହର ଦେଇ ଯାଇଥିବା ରାଜପଥରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିବାରୁ ସିଦ୍ଧାର୍ଥ କଲେଜ ଛକ, ମହାନଦୀ ବ୍ରିଜ ଛକ ଏବଂ ସହରର ଉଭୟ ପାର୍ଶ୍ଵ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଶତାଧିକ ଯାନବାହନ ଅଟକି ରହିଥିଲା ।

ତେବେ ଆଜିର ୧୨ ଘଣ୍ଟିଆ କୋଶଳ ଆନ୍ଦୋଳନରେ ସିଦ୍ଧାର୍ଥ କଲେଜ ଛକରେ କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା କମିଟି ତରଫରୁ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ସମ୍ମୁଖ ଫାଟକ ଆଗରେ ଓକିଲ ସଂଘର ପ୍ରମୁଖ କର୍ମକର୍ତ୍ତା ଏହି ଆନ୍ଦୋଳନକୁ ସମର୍ଥନ କରି କୋର୍ଟ ବର୍ଜନ କରିବାରୁ ଅଦାଲତ କାର୍ଯ୍ୟ ପରିଚାଳନାରେ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହେବାରୁ ତାଙ୍କ ମହକିଲମାନେ ନିରାଶରେ ଫେରି ଯାଇଥିଲେ । ତେବେ ବିନିକା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ମଧ୍ୟ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀରେ ଏହି ମହାବନ୍ଦ ପ୍ରତି ବିପୁଳ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

3 − 2 =