jayashree

ବ୍ରାହ୍ମଣ ସମାଜର ୟୁଜିସି ବିଲ୍‌ ବାତିଲ ପାଇଁ ପ୍ରସ୍ତୁତି ବୈଠକ

  • ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ଦେବାପାଇଁ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) ସଦାଇପାଲି ପଲ୍ଲିଶ୍ରୀବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ମନ୍ଦିର କମିଟି ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ମହାବୀର ବେଦବାକଙ୍କ ଅଧ୍ୟକ୍ଷତା ତଥା ସାମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଆବାହକତ୍ୱରେ ବ୍ରାହ୍ମଣ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି ଅତିଥି ଭାବରେ ମଞ୍ଚାସୀନ ଥିଲେ । ୟୁଜିସି ବିଲ୍‌ ଦ୍ୱାରା ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବାସହ ଶିକ୍ଷା କ୍ଷେତ୍ରରେ ସମାନତା ଆସିପାରିବ ନାହିଁ । କିନ୍ତୁ ଶିକ୍ଷାନୁଷ୍ଠାନ ପରିସରରେ ସ୍ୱଚ୍ଛତା ବୃଦ୍ଧି ନାମରେ କରାଯାଇଥିବା ଆଇନରେ ତୃଟି ପରିଲକ୍ଷିତ ହୋଇଛି ବୋଲି ମାନ୍ୟବର ସୁପ୍ରିମକୋର୍ଟ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଏହା ଉପରେ ଆଲୋଚନା କରାଯାଇ ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୩ ଘଣ୍ଟା ସମୟରେ କଳାମଣ୍ଡଳ ମୁଖ୍ୟ ଗେଟ୍‌ ପାଖରୁ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ମାନନୀୟା ରାଷ୍ଟ୍ରପତି ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ୟୁଜିସି ଆଇନ ବାତିଲ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସମସ୍ତ ସଦସ୍ୟ ଏବଂ ଜିଲ୍ଲାର କୋଣ ଅନୁକୋଣରେ ଥିବା ସମସ୍ତ ବ୍ରାହ୍ମଣମାନେ ଆସନ୍ତା ମଙ୍ଗଳବାର ଅପରାହ୍ନ ୩ଘଣ୍ଟା ସମୟରେ କଳାମଣ୍ଡଳଠାରେ ଉପସ୍ଥିତ ରହି ଦାବୀପତ୍ର ଦେବାରେ ସହଯୋଗ କରିବାପାଇଁ ସଭାରେ ନିବେଦନ କରାଯାଇଛି । ଏହି ସଭାରେ ଡା. ପ୍ରମୋଦ କୁମାର ମିଶ୍ର, ଲକ୍ଷ୍ମୀପ୍ରସାଦ ଚାନ୍ଦ, ସୁବାଷ ଦାଶ, ଅଖିଳ ଗୁରୁ, ପ୍ରଭୁଦତ୍ତ ଶତପଥି, ଗୋପବନ୍ଧୁ ପୁରୋହିତ, ଲୋଟସ୍‌ ଷଡଙ୍ଗୀ, ଇଂ. ପ୍ରଶାନ୍ତ ତ୍ରିପାଠୀ ତଥା ମହେନ୍ଦ୍ର ମିଶ୍ର ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ମିଶ୍ର ସମସ୍ତଙ୍କ ସହଯୋଗ କାମନାକରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.