jayashree

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହରେ ରୋଗୀ କଲ୍ୟାଣ ସମିତିର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛତ୍ରପୁର ଉପ-ଜିଲ୍ଲାପାଳ ଡ଼ଃ. ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ, ରୋଗୀ କଲ୍ୟାଣ ସମିତିର ସଦସ୍ୟ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଯନ୍ତ୍ରୀ, ଅଧିକାରୀଙ୍କ ଉପସ୍ଥିତିରେ ଡାକ୍ତରଖାନାର ଆୟ / ବ୍ୟୟ, ଉନ୍ନୟନ କାର୍ଯ୍ୟ, ନୂତନ କାର୍ଯ୍ୟ, ଅସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କିପରି ଛତ୍ରପୁର ମେଡ଼ିକାଲରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ସହ ବାତ୍ତାବରଣ ଉତ୍ତମ ରହିବା ନିମନ୍ତେ ଉପଜିଲ୍ଲାପାଳ ଶିବାଶିଷ ବରାଳ ପରାମର୍ଶ ଦେବା ସହ ମେଡ଼ିକାଲ ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ତେଣୁ ସମ୍ପୃକ୍ତ ସମସ୍ତ ବିଭାଗକୁ ସଠିକ୍ ସମୟରେ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଯାହା ଆଲୋଚନା ହେଲା ସମସ୍ତ କାର୍ଯ୍ୟକୁ ଆଜିର ବୈଠକରେ ଗୃହୀତ କରି ଉନ୍ନୟନ କାର୍ଯ୍ୟ ତ୍ଵରାନିତ କରିବା ନିମନ୍ତେ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ା.ସୁଦର୍ଶନ ସାହୁ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଦୀପସିତ୍ ପଟ୍ଟନାୟକ, ସାମ୍ବାଦିକ ତଥା ରୋଗୀ କଲ୍ୟାଣ ସମିତିର ସଭ୍ୟ ସୁଧିର କୁମାର ନାହାକ, ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ, ମିଶନ ଶକ୍ତି ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମେଡ଼ିକାଲ ମ୍ୟାନେଜର ଗଣେଶ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.