pakka

ସିନାପାଲି ବ୍ଲକରେ ବାଘ ଆତଙ୍କ : ଲୋକେ ଭୟଭୀତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ଯୋଗଭଟା ସମେତ ୯ ଟି ଗ୍ରାମରେ ମହାବଲ ବାଘ ଆତଙ୍କ ଦେଖା ଦେଇଛି । ପ୍ରକାଶ ଯୋଗ୍ୟ ଯେ, ଗତ କିଛିଦିନ ହେଲା ଯୋଗଭଟା ସମେତ ବଡମଲା, ପଲ୍ନାପଡା, ପୋଟିଆପଡା, ତିଲେଇପଲା, ଗେଣୁଲପାଣି, ପରରିପାଣି, ମାଦଲପଖାନ, ଅର୍ମେଲା ଅଞ୍ଚଳରେ ସଂନ୍ଧ୍ୟା ହେଲେ ବାଘ ଦେଖିବାକୁ ମିଲୁଥିବା ବେଳେ ଭୟଭୀତ ରହୁଥିବା ଲୋକେ ପ୍ରକାଶ କରୁଛନ୍ତି । ବାଘକୁ ଦେଖି ଗାଁରେ ସଂନ୍ଧ୍ୟା ହେଲେ ରାସ୍ତା ଘାଟ ସୁନସାନ ହେବାସହ ଟାଟିକବାଟ ଦେଇ ଲୋକେ ଘରେ ରହୁଛନ୍ତି । ବାଘକୁ ଲୋକେ ଦେଖି ଥିବାବେଳେ ବାଘର ପାଦ ଚିହ୍ନକୁ ଦେଖିବାକୁ ଭିଡ ଜମୁଥିବା ବେଳେ ଗାଁର ସ୍ଥାନେ ସ୍ଥାନେ ଚର୍ଚ୍ଚା ଜୋର ହେଉଛି । ସୂଚନା ଯୋଗ୍ୟ ଯେ, ବଡମଲା ପଡାର ଏକ ବଳଦକୁ ମହାବଲ ବାଘ ଖାଇ ଯାଇଥିବା ବେଳେ ୪ଟି ବାଘ ବୁଲୁଛନ୍ତି । ସେ ଭିତରୁ ୨ଟି ମହାବଲ ବାଘ ଓ ୨ଟି ଛୁଆ ବାଘ ବୋଲି ଜଣାପଡିଛି । ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତାଙ୍କୁ ପଚାରିବାରୁ ଆପଣଙ୍କଠାରୁ ଜାଣିବାକୁ ପାଇଲି ଉକ୍ତ ବିଷୟ ନେଇ ତୁରନ୍ତ ଉଚିତ୍ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

three × 1 =