pakka

ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ଶ୍ରୀୟାଂଶି ସାହୁ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ.ରାମପୁରର ଝିଅ ଶ୍ରୀୟାଂଶି ସାହୁ ସପ୍ତମ ଶ୍ରେଣୀର ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ଓ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ ରାଜ୍ୟରେ ଦଶମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଅତିଥିଙ୍କ ସହ ଏହି ସମ୍ବର୍ଦ୍ଧନା ସମୟରେ ଶ୍ରୀୟାଂଶିଙ୍କ ବାପା ଅଧ୍ୟାପକ ଶିଶିର କୁମାର ସାହୁ, ମାଆ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ଉପସ୍ଥିତ ଥିଲେ । ବର୍ତ୍ତମାନ ଶ୍ରୀୟାଂଶି ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଶ୍ରୀୟାଂଶୀ ସାହୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁଙ୍କ ଝିଆରୀ ଅଟନ୍ତି ।

jay balangir
Leave A Reply

Your email address will not be published.

4 × 4 =