jayashree

ନିର୍ମଳ ମୁଣ୍ଡା ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନିର୍ମଳ ମୁଣ୍ଡା ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସେକ୍ଟର -୨୦ ସ୍ଥିତ, ବୈକୁଣ୍ଠ ଘାଟ ନିକଟସ୍ଥ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ପରିସରରେ ମଣ୍ଡଳ ସଭାନେତ୍ରୀ ରଞ୍ଜିତା କିସପଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାମୂହିକ ବନ୍ଦେ ମାତରଂ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା । ମଣ୍ଡଳ ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ବୈଠକର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ସଂଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ । ମଂଚାସୀନ ମୁଖ୍ୟଅତିଥି ତଥା ପୂର୍ବତନ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ତଥା ମୁଖ୍ୟବକ୍ତା ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ, ଜିଲ୍ଲା ସମ୍ପାଦକ ଅକ୍ଷୟ ଦାସ, ଜିଲ୍ଲା ସମ୍ପାଦିକା ନମ୍ରତା ବାଗ, ମଣ୍ଡଳ ପ୍ରଭାରୀ ଅଙ୍କିତ ବର୍ମା, ମଞ୍ଚାସୀନ ନେତୃ ବୃନ୍ଦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ଜନତାଙ୍କ ପାଖରେ ପହଞ୍ଚାଇବା ସହିତ ସଂଗଠନକୁ ସୁଦୃଢ଼ ଓ ସକ୍ରିୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ମଞ୍ଚ ପରିଚାଳନା ସନ୍ତୋଷ କୁମାର ତନ୍ତି କରିଥିବା ବେଳେ ମଣ୍ଡଳ ଉପସଭାପତି ବାଳକୃଷ୍ଣ ପାଣିଗ୍ରାହୀ, ଉପସ୍ଥିତ ଥିଲେ, ସଂଗ୍ରାମ ପ୍ରଧାନ, ସିଲା ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ଜଉରା ତିଗା, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଚିନ୍ମୟୀ ବିଶ୍ୱାଳ, ସୁନିତା ମହାନ୍ତି, ଅନିତା ଦାସ, ମଞ୍ଜିତା ଟପ୍ପୋ ବୁଥ ସଭାପତି ଅରୁଣ ଜୟ ପୁରିଆ, ଦୁର୍ଯ୍ୟୋଧନ ପାତ୍ର, ଶକ୍ତି କେନ୍ଦ୍ର ପ୍ରମୁଖ ସନ୍ତୋଷ କୁମ୍ଭାର, ବିମଲ ମିଞ୍ଜ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ବେଦ ଅଗ୍ରୱାଲ, ଜ୍ଞାନ ରଞ୍ଜନ ସାହୁ ଓ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.