jayashree

ଖଇରାରେ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗାଁରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଠାରେ ବହୁତ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପ୍ରଥମ ଅଧିବେଶନରେ ଏହି ବିଦ୍ୟପୀଠର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ମୁଖ୍ୟବକ୍ତା ଭାବେ ଭାଲୁମୁଣ୍ଡା ପ୍ରସନ୍ନ ପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ, ସମ୍ମାନୀୟ ଅତିଥି ରୂପେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଖଇରା ସରପଞ୍ଚ ବବିତା ବାଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଡଃ. ନାରାୟଣ ମିଶ୍ର, ଓଷ୍ଟା ବ୍ଲକ ସଭାପତି ବରୁଣ ବାରିକ, ସମ୍ପାଦକ ଅନୁପ କୁମାର ବାଗ, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଦୀପକ ଯାଦବ, ସ୍କୁଲ ପରିଚାଳନା କମିଟି ସଭାପତି ଗଜ ଚନ୍ଦନଙ୍କ ସହ ବିଭିନ୍ନ କ୍ଲଷ୍ଟରର ସିଆରସିସି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ସିଆରସିସି ଜିତାମିତ୍ର ବିଶି ମଞ୍ଚ ପରିଚାଳନା କରିଥିଲେ । ୧୧ ଗୋଟି କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ବଙ୍ଗୋମୁଣ୍ଡା ବିଇଓ କାହ୍ନୁଚରଣ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ (ଏକ୍ସ କେଡର) ସଭାପତି ଜୟନ୍ତୀଲାଲ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରଚନା, ଶୃତ ଲିଖନ, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା, ଗୀତ, ଓ ଦଳଗତ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଲକ୍ଷ୍ମଣ ବାଗ ମହୋଦୟ ଓ ସମ୍ମାନନୀୟ ଅତିଥି ବୃନ୍ଦ ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ ମୁଖ୍ୟଅତିଥି ବାଗ ମହୋଦୟ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କିପରି ଆଗକୁ ଭଲ ଚରିତ୍ରବାନ ମଣିଷ ହୋଇ ଉଚ୍ଚ ଶିକ୍ଷିତ ହୋଇ ଗାଁ, ଜାତି ଓ ଦେଶର ନା ରଖିବେ ସେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନ ସିନ୍ଧେକେଲା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ସିନ୍ଧେକେଲା ଓ ତୃତୀୟ ସ୍ଥାନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମୁଣ୍ଡପଦର ସ୍ଥାନରେ ବିଜେତା ଲାଭ କରିଥିଲେ ଓ ସମସ୍ତ ବିଜେତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.