
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସିକ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାର କେତେକ ଲୋକଙ୍କ ସ୍ୱର୍ଗବାସ ହେତୁ ତାଙ୍କର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟମାନେ ବିଜୁଳି ବିଭାଗ ଦ୍ୱାରା ଘନ ଘନ ଅହେତୁକ ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ତାଙ୍କ ଦୈନନ୍ଦିନ ଜୀବନଶୈଳିରେ ବାଧା ସୃଷ୍ଟି ହେଉଛି ଓ ବହୁ ଅସୁବିଧା ସମ୍ମୁଖିନ ହେଉଛନ୍ତି ତେଣୁ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ବିଦ୍ୟୁତ ବିଭାଗକୁ ଏହି ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ପତ୍ରାଳାପ କରିବା ସର୍ବସମ୍ମତିକ୍ରମେ ପ୍ରକାଶ ପାଇଥିଲା । ଏହା ବ୍ୟତିତ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ ଓ ଛକମାନଙ୍କରେ କୁକୁରମାନେ ଦଳବଦ୍ଧ ହୋଇ ସାଧାରଣ ଜନତା ଆକ୍ରୋଶର ଶିକାର ହେଉଛନ୍ତି ଓ ତାଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛି । ତେଣୁ ଏହାର ନିରାକରଣ ପାଇଁ ପୌରପାଳିକାର ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସଭାରେ ସ୍ଥିର କରାଗଲା । ପଲିଥିନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଦୂଷିତ ହେଉଛି ଏବଂ ଗୋରୁଗାଈମାନେ ଏହାକୁ ଖାଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ପୌର ପାଳିକାକୁ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆଗଲା । ସଭାରେ କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଭ୍ୟ ଗଣେଷ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ସଂଘର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ବରିଷ୍ଠ ସଭ୍ୟ ଅମୀୟ କୁମାର ମିଶ୍ର, ଦୟାସାଗର ବଗର୍ତ୍ତି, ବିମଲ କୁମାର ଚକ୍ରବର୍ତ୍ତି, ଦେବଜିତ ଯୋଷୀ, ଛବିଲାଲ ବେହେରା, ଶିବ ଶତପଥି, ସୂର୍ଯ୍ୟଭାନୁ ମିଶ୍ର, ସୁବାଷ ଚନ୍ଦ୍ର ପାତ୍ର, ପ୍ରଦୀପ କୁମାର ନେପାକ, ସୁରେଶ ଅଗ୍ରୱାଲ, ସନ୍ତୋଷ କୁମାର ସାହୁ ଆଦି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବିନୋଦ ବିହାରି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।