pakka

ଗୌଡଗୋଠରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଗୌଡଗୋଠ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଉପକେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ସୌଦାମିନୀ ଦଣ୍ଡସେନା ଓ ଯୁଧିଷ୍ଠିର ସୁନା ପରିଚାଳନା କରିଥିଲେ । ଏଥିରେ କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଥିଲା । ସମସ୍ତେ ହାତ ଧୋଇବା, ମଶାରୀ ବ୍ୟବହାର, ପୁଷ୍ଟିକର ଖାଦ୍ୟ ଓ ଶିଶୁଙ୍କୁ ଉପଯୁକ୍ତ ପଦ୍ଧତି ସ୍ତନ୍ୟପାନ କରେଇବା ସହ ଶିଶୁ ଯତ୍ନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୌଡଗୋଠ ନାଏବ ସରପଞ୍ଚ ରଞ୍ଜିତା କୁମ୍ଭାର, ଆଶା କର୍ମୀ ବାସନ୍ତୀ ବାଗ, ସୂରୁସୂତା ରଣାା, ପାନଦୀପ ପୁଷ୍ପା ଓ ଅଙ୍ଗନୱାଡ଼ି କର୍ମୀ ସନ୍ତୋସିନୀ ସାହୁ, କୁମଦିନି ନାଏକ, ବିନୋଦିନୀ ରଣା, ଜପ ନାଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seven + fifteen =