jayashree

ବିଧବା ମହିଳାଙ୍କୁ ଗର୍ଭବତୀ କରି ଯୁବକ ଫେରାର, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଧବା ମହିଳାଙ୍କୁ ଗର୍ଭବତୀ କରି ଯୁବକ ଫେରାର ହୋଇଯାଇଥିବା ଅଭିଯୋଗ । ଏବେ ନ୍ୟାୟ ପାଇଁ ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଅନ୍ୟପଟେ ନ୍ୟାୟ ଦାବିରେ ଏକାଠି ହୋଇଛନ୍ତି ଗାଁର ଶତାଧିକ ମହିଳା । ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଉଚିତ୍ ଆଇନଗତ ପଦକ୍ଷେପ ନେବାକୁ ସେମାନେ ସୁବର୍ଣ୍ଣପୁର ଏସ୍‌ପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ପତଭାଡ଼ି ସ୍ଥିତ କୂଳପଡ଼ା ଅଞ୍ଚଳରୁ । ଅଭିଯୋଗର ତଦନ୍ତ ସହ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ଏବେ ଉଠିଛି ପ୍ରଶ୍ନ । ସମ୍ପର୍କ ଗଢ଼ିଥିଲା, ବିଶ୍ୱାସ ମଧ୍ୟ ଜନ୍ମ ନେଇଥିଲା । କିନ୍ତୁ ଆଜି ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଜଣେ ବିଧବା ମହିଳା । ଜୀବନରେ ଅନେକ ଦୁଃଖ ଓ ସଂଘର୍ଷ ମଧ୍ୟରେ ବଞ୍ଚୁଥିବା ବାସନ୍ତୀ ମୁଣ୍ଡାଙ୍କୁ ନେଇ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର କୂଳପଡ଼ା ଅଞ୍ଚଳ । ଅଭିଯୋଗ ଅନୁସାରେ, ସଂଜୀବ ମୁଣ୍ଡା ନାମକ ଜଣେ ଯୁବକଙ୍କ ସହ ବାସନ୍ତୀଙ୍କ ସମ୍ପର୍କ ଥିଲା । ବାସନ୍ତୀ ଗର୍ଭବତୀ ହେବା ପରେ ଯୁବକ ଜଣକ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.