om academy

ମା’ ଗଙ୍ଗାଦେବୀଙ୍କ ଯାତ୍ରା ଆରମ୍ଭ

jsm

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ନିକଟସ୍ଥ ଥିବା ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା’ଙ୍କ ଯାତ୍ରା ବୁଧବାର ଆରମ୍ଭ ହୋଇଯାଇଛି । ଏହି ଅବସରରେ ମା’ ଗଙ୍ଗାଦେବୀ, ବରପଲି ପୁଡୁଗେଶର ମହାଦେବ ଏବଂ ବାବା ଖଣ୍ଡେଶ୍ୱର ଋଷିକୁଲ୍ୟା ନଦୀଠାରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଦୁଇ ଠାକୁର ଓ ଠାକୁରାଣୀଙ୍କ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ଗଙ୍ଗାଦେବୀଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ତେବେ ଗୁରୁବାର ସାରେ ଯାତ୍ରା ଶେଷ ହେବ ବୋଲି ଯାତ୍ରା ପରିଚାଳନା କମିଟି ତଥା ଗ୍ରାମବାସୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.