om academy

ପାଇକମାଲ ବ୍ଲକସ୍ତରୀୟ ଯାଦବ ସମାଜ ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ସମଲେଶ୍ୱରୀ ମନ୍ଦିର ଠାରେ ପାଇକମାଲ ବ୍ଲକସ୍ତରୀୟ ଯାଦବ ସମାଜର ଏକ ବୈଠକ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଚଳିତ ବର୍ଷ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଠାରେ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ପାଳନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଅବସରରେ ଯାଦବ ସାଂସ୍କୃତିକ କାର୍ଯ୍ୟକ୍ରମ ବାଡ଼ିଖେଳ ଅନୁଷ୍ଠିତ ହେବ । ଗିରିଗୋବର୍ଦ୍ଧନ ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା । ନୂତନ କମିଟି ସଭାପତି ଡୋଲାମଣି ମାହାର, ସଂପାଦକ ଗଙ୍ଗାଧର ବଗାର, କୋଷାଧ୍ୟକ୍ଷ ଟିକେଲାଲ ମାହାର ଓ ୨୧ ଜଣ ସଦସ୍ୟ କମିଟିରେ ଅଛନ୍ତି । ଆଲୋଚନାରେ ପାଇକମାଲ ସଭାପତି ବନମାଲୀ ଚନ୍ଦନ, ବାଳକୃଷ୍ଣ ବନଛୋର, ମଧୁ ପାଣ୍ତେ, ଗାନ୍ଧୀ ବାଗ, ଉକଲ ହଂସ, ଭୁବନେଶ୍ୱର ବନଛୋର, ଭାସ୍କର ଭୁଏ, ଶୁଶିଲା ବାଗ, ଲଲିନୀ ଥପା, ପିତାମ୍ବର ବନଛୋର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପାଇକମାଲ ବ୍ଲକ ସଂପାଦକ ବାଳକୃଷ୍ଣ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.