jayashree

ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ୪ ଦଫା ଦାବିପତ୍ର ପ୍ରଦାନ : ଦାବିପୂରଣ ନହେଲେ ବିରାଟ ଜନ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଜିଲ୍ଲା ଆବାହକ ରାଜୁ ଘିବେଲାଙ୍କ ନେତୃତ୍ୱରେ ୪ ଦଫା ଦାବୀପତ୍ର ନେଇ ଉପଜିଲ୍ଲାପାଳ ପଦ୍ମପୁରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟିର ବରିଷ୍ଠ ସଦସ୍ୟଙ୍କ କହିବା ମୁତାବକ ଅତିଶୀଘ୍ର ଦାବୀ ପୂରଣ ନ ହେଲେ ବିରାଟ ଜନ ଆନ୍ଦୋଳନ କରିବାକୁ ସରକାରଙ୍କୁ ଚେତାବନୀ ସହ ନିମ୍ନୋକ୍ତ ଦାବିଗୁଡିକ ଉପରେ ଉପଜିଲ୍ଲାପାଳଙ୍କ ସହ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏହି ଦାବିଗୁଡିକ ହେଲା :-୧- ଆଦାନୀ, ଆରବ ଏମିରେଟସ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର (ଏମ୍‌.ଓ.ୟୁ) ବାତିଲ କରାଯାଉ ।୨- କର୍ପୋରେଟ ଖଣି ଲୂଟକୁ ସହଜ ଓ ଅବାଧ କରିବାପାଇଁ ବିନା ଆଲୋଚନା ରେ ସଂସଦରେ ଗୃହୀତ ହୋଇଥିବା ଖଣି ସଂଶୋଧନ ବିଲ ଏମ୍‌.ଏମ୍‌.ଡ଼ିଆର୍‌ କଳା ଆଇନକୁ ପ୍ରତ୍ୟାହାର କରାଯାଉ । ୩- ଜୈବ ବିବିଧତାପୂର୍ଣ୍ଣ ପର୍ବତମାଳାର ଏକ ସ୍ଥାୟୀ ସୁରକ୍ଷା ଆଇନ ଅଣାଯାଉ । ୪- ଅସୁରକ୍ଷିତ, ନିମ୍ନମାନର ସ୍ଥାୟିତ୍ଵ ପ୍ରତି ସନ୍ଦେହ ସୃଷ୍ଟି ହଉଥିବା (ସ୍ପେସଟେକ୍ନୋଲୋଜି)ର ନିର୍ମାଣ ଭିତ୍ତିଭୂମିର ବିକାଶ ନାଁରେ ଲୁଟ ବନ୍ଦକରାଯାଉ । ବ୍ୟବସ୍ଥା ବ୍ୟାପାର ଆଧାରିତ ନ ହୋଇ ବ୍ୟବହାର ଆଧାରିତ ହେଉ । ୫- ଗନ୍ଧମାର୍ଦ୍ଦନ ପର୍ବତକୁ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ଇତ୍ୟାଦି । ଏହି କାର୍ଯ୍ୟକ୍ରମରେ ଭଟଲି ନିର୍ବାଚନ ମଣ୍ଡଳୀର ଯୁବନେତା ସୁବ୍ରତ ସିଂ, ରାଜକୁମାର ସେଠ, ଅରବିନ୍ଦ ପଣ୍ଡା, କବିତା ସୁନା ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଜିଲ୍ଲା ସଂଗଠକ, ସମାଜସେବୀ ବାସମତୀ ବନଛୋର, ଚମ୍ପକ ପୁରୋହିତ, ଶଙ୍କର ନନ୍ଦ,ସରୋଜ ସାହୁ, ସନ୍ତୋଷ ଶତପଥୀ, ମଣ୍ଟୁ ବଢେ଼ଇ, ଝସକେତନ ବଗତ୍‌ର୍ତ୍ତୀ, ଜ୍ଞାନରଞ୍ଜନ ଭୋଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.