
ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡାଏଟ୍ର ମିଳିତ ଆନୁକୂଲ୍ୟରେ ମହାନ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଡାଏଟ୍ର ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ପଟେଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାଏଟ୍ ଅଧ୍ୟକ୍ଷ ଡ. ଜୟପ୍ରକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟର ବିଶେଷତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଏଲୋରା ମିଶ୍ର ଗଙ୍ଗାଧରଙ୍କ ସୃଷ୍ଟି ଓ ସାହିତ୍ୟିକ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ । ସଭାପତି ଗିରିଜା ଶଙ୍କର ରଥଙ୍କ ସମେତ ଲିଲି ପଟେଲ ଓ ରଶ୍ମି ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ରଶ୍ମିପାତ୍ରଙ୍କ ଦ୍ୱାରା କବିତା ପାଠ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ ଓ ମନ୍ତ୍ରଗାନ ପରେ ନଳିନୀ ପ୍ରଭା ଶତପଥୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବଳିଷ୍ଠ ପଧାନ କବିତା ପାଠ କରିଥିବା ବେଳେ ରାମ ଶଙ୍କର ଶତପଥୀ ସ୍ୱାଗତ ସଙ୍ଗୀତ ଗାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଚିନ୍ମୟୀ ସାହୁ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।