ମେ’ ୨୨ରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦ ଓ ୨୧ ତାରିଖ ଦୁଇ ଦିନ ଛୁଟି ଥିବାରୁ ୧୯ ତାରିଖ ବସ୍ତୁତଃ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ ହେବ । ଏହି ଅବକାଶ ଜୁନ୍‌ ୨୦ ପର୍ଯ୍ୟନ୍ତ ଚାଲିବ । ଚଳିତ ମାସ ୨୩ ଓ ୩୧ରେ ଏବଂ ଜୁନ୍‌ ୧୪ରେ ଅବକାଶକାଳୀନ ଅଦାଲତ କାର୍ଯ୍ୟ କରିବ । ସେହିପରି କେନ୍ଦ୍ରୀୟ ନ୍ୟାୟିକ ପ୍ରାଧିକରଣ (କ୍ୟାଟ୍‌) କଟକ ବେଞ୍ଚର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତା ୨୨ରୁ ଆରମ୍ଭ ହୋଇ ଜୁନ୍‌ ୧୯ରେ ଶେଷ ହେବ । ଏହି ସମୟ ମଧ୍ୟରେ କ୍ୟାଟ୍‌ରେ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯିବ । ଜୁନ୍‌ ୨୦ରୁ ପ୍ରାଧିକରଣ ଯଥାବିଧି କାର୍ଯ୍ୟ କରିବ ।

Leave A Reply

Your email address will not be published.

5 − 3 =

error: Content is protected !!