ଗଇଁତଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଧିକ ସହାୟତା ଦାବୀ କଲେ ଲୋଇସିଂହା ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଇଁତଲା ତହସିଲ ଅଫିସ ସମ୍ମୁଖରେ ଗତ ୯ ତାରିଖ ଦିନ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ବି ମୃତକଙ୍କ ଗାଁ କାନ୍ଦ ରୋଳରେ ଫାଟି ପଡ଼ୁଛି । ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନି । ଗଣପତି ବସ୍‌ ଡ୍ରାଇଭର୍‌ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅକାରଣରେ ଚାଲିଗଲା ତିନୋଟି ଜୀବନ ବୋଲି ଲୋକେ କୋହଭର୍ତ୍ତି ଗଳାରେ କହୁଛନ୍ତି । ମୃତକ ବୀଣାପାଣି ପାଣ୍ଡେ ଓ ତାଙ୍କ ଦୁଇ ଝିଅ ଶିଖା ଓ ରେଖାଙ୍କ ଅକାଳ ମୃତ୍ୟୁ ସାରା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି । ତାଙ୍କ ପରିବାରକୁ ୫୦ ଲକ୍ଷ ଟଂକାର ଅନୁକମ୍ପା ମୂଳକ ସହାୟତା ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦ ହଜାର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । କିନ୍ତୁ ଦୁର୍ଘଟଣାରେ ଏକାସାଙ୍ଗରେ ବାପା ସହ ଦୁଇ ଝିଅ ତଥା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବୀଣାପାଣିଙ୍କ ମୃତ୍ୟୁ ହୋଇଥିବାରୁ ଆହୁରି ଅଧିକ ସହାୟତା ଓ ମୃତ ବୀଣାପାଣି ପାଣ୍ଡେଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

1 × 2 =