pakka

ବନ୍ଧପଡ଼ା ରେଞ୍ଜ ଅଫିସରେ ରାତ୍ର ଜଗୁଆଳିଙ୍କୁ ରେଞ୍ଜରଙ୍କ ମାଡ ମାରିବା ସହ ହତ୍ୟା ଉଦ୍ୟମ ଅଭିଯୋଗ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ରେଞ୍ଜର ଦାୟିତ୍ୱରେ ଥିବା ରେଞ୍ଜର କାର୍ଯ୍ୟରତ ରାତ୍ର ଜଗୁଆଳିଙ୍କୁ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଭୁତିଆରବାହାଲ ନିକଟରେ ଥିବା ବନ୍ଧପଡ଼ା କେନ୍ଦୁପତ୍ର ରେଞ୍ଜର ରେଞ୍ଜର ବାଲ୍ମିକୀ ଗହିର ଗୁରୁବାର ସକାଳ ୯ଟା ୧୫ମିନିଟ ସମୟରେ କାର୍ଯ୍ୟାଳୟକୁ ଆସିଥିବା ରାତ୍ର ଜଗୁଆଳି ବ୍ରଜରାଜ ବାଗ(୩୩)ଙ୍କୁ ଅତି ଅଭଦ୍ର ଭାଷାରେ ଗାଲି ଗୁଲଜ କରିଥିଲେ । କିଛି ସମୟ ପରେ ଏସିଏଫ ଆସିବାରୁ ଚୁପ୍‌ ରହିଥିଲେ । ଗାଲି ଗୁଲଜ କରିବା ବିଷୟରେ ଏସିଏଫ ଜାଣିବା ପରେ ଅପରାହ୍ନ ପ୍ରାୟ ୪ଟା ସମୟରେ ରାତ୍ର ଜଗୁଆଳିଙ୍କୁ ଡାକି ବୁଝାଇଥିଲେ । ହେଲେ ଏସିଏଫ ରେଞ୍ଜ ଅଫିସରୁ ଚାଲି ଯିବା ପରେ ପୁଣି ଥରେ ରେଞ୍ଜର ଶ୍ରୀ ଗହିର ରାତ୍ର ଜଗୁଆଳିକୁ ଡାକି ପିନ୍ଧିଥିବା ବୁଟରେ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ଏହି ବିଷୟରେ ଜାଣିବା ପରେ ଅନ୍ୟ ଜଣେ ଫରେଷ୍ଟର ହେମସାଗର ସାହୁ ଆସି ରାତ୍ର ଜଗୁଆଳିଙ୍କୁ ଉଦ୍ଧାର କରିଥିବା ବିଷୟରେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏହି ସମ୍ପର୍କରେ ଦାୟିତ୍ୱରେ ଥିବା ରେଞ୍ଜର ଶ୍ରୀ ଗହିରଙ୍କୁ ପଚାରିବାରୁ ରାତ୍ର ଜଗୁଆଳି ଠିକ୍‌ ଭାବେ ଆସି କାମ କରୁନାହିଁ । ଏହାକୁ ନେଇ ଟିକିଏ କର୍କଶ ଭାଷାରେ କହିବାରୁ ମିଥ୍ୟା ଅଭିଯୋଗ କରିଛି ବୋଲି କହିଛନ୍ତି । ରାତ୍ର ଜଗୁଆଳି ଜଣକ ରେଞ୍ଜରଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛନ୍ତି ନା ରେଞ୍ଜର ଜଣକ ରାତ୍ର ଜଗୁଆଳିଙ୍କୁ ମାଡ ମାରି ହତ୍ୟା ଉଦ୍ୟମ କରିଛନ୍ତି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

19 + five =