pakka

ବିଭିନ୍ନ ଦାବୀ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ରାସ୍ତା ଅବରୋଧ

bbehera

ଖଡ଼ିଆଳ, (ନିରାକାର ମେହେର) : ବିଭିନ୍ନ ଦାବୀ ନେଇ ଗତକାଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ତରଫରୁ ଖଡ଼ିଆଳ ଥାନା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏନଏସିକୁ ଘେରାଉ ସହ ଥାନା ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ସଂଘର ସଭାପତି ଭାନୁ ପ୍ରତାପ ମାଝୀ ଓ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବରଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଖଡ଼ିଆଳ ଠାକୁରାଣୀ ମନ୍ଦିରରୁ ଏକ ବିରାଟ ରାଲିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପ୍ରଥମେ ଖଡ଼ିଆଳ ଥାନା ଘେରାଉ ସହ ଏକ ଦାବୀପତ୍ର ଖଡ଼ିଆଳ ଥାନାଧିକାରୀ ଅନିରୁଦ୍ଧ ମୁଦୁଲିଙ୍କୁ ପ୍ରଦାନ କରିଥିଲେ । ପରେ ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରି ସିଙ୍ଗିଲ ଟେଣ୍ଡର ବିରୋଧରେ ନାରାବାଜି ସହ ଆଦିବାସୀଙ୍କ ଜମିକୁ ବିନା ଅନୁମତିରେ ରାସ୍ତା କରାଯାଉଥିବା ଅଭିଯୋଗ କରି ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

fourteen − 12 =