ମା’ ସମଲେଶ୍ୱରୀ ଜ୍ୱେଲେରୀ ମାଲିକ ଗ୍ରାହାକଙ୍କ ସୁନା ଗହଣା ନେଇ ଫେରାର : ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ ନୀତିଦିନ ଆମ ସମାଜରେ କିଛି ନା କିଛି ଠକେଇ କେଉଁଠି ନା କେଉଁଠି ରୀତିମତ ଚାଲିଛି । ତେବେ ଏଭଳି ଠକିବା ମାନସିକତା ରଖୁଥିବା ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ସମାଜରେ ବଢ଼ିବାରେ ଲାଗିଛି । ଆଜି ବଲାଙ୍ଗିର ସହରରେ ଏଭଳି ଏକ ଠକେଇ ଘଟଣା ପୁଣି ସାମ୍‌ନାକୁ ଆସିଛି । ମାମଲା ପହଂଚିଛି ଟାଉନ ଥାନାରେ । ଅଭିଯୋଗ ଅନୁସାରେ ସ୍ଥାନୀୟ କଲେଜଛକ ସ୍ଥିତ କନ୍ଧପାଲି ରାସ୍ତାରେ ରହିଥିବା ସୁନା ଦୋକାନ ମା’ ସମଲେଶ୍ୱରୀ ଜ୍ୱେଲେରୀର ମାଲିକ ଗ୍ରାହାକଙ୍କ ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି । ଦୋକାନ ମାଲିକ ଦୁଇ ଭାଇ ଆଶିଷ ସରାଫ ଓ ଦେବାଶିଷ ସରାଫ ମିଶି ଉକ୍ତ ଦୋକାନ କରିଥିବା ବେଳେ ସୁନା ଗହଣା ତିଆରି ପାଇଁ ଗ୍ରାହକମାନେ ଦେଇଥିବା ସୁନା ନେଇ ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଦୋକାନ ବନ୍ଦ କରି ସେମାନେ ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି । ଆଜି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ଗ୍ରାହକମାନେ ।

Leave A Reply

Your email address will not be published.