ସରଗମ ଗାର୍ମେଣ୍ଟସ୍‌ରେ ଚୋରି : ଟାଉନ୍‌ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁବେଳେ ଗହଳି ଲାଗି ରହୁଥିବା ବଲାଙ୍ଗିର ସହରର ମୁଖ୍ୟ ବଜାର ସମେଲେଶ୍ୱରୀ ମନ୍ଦିର ରାସ୍ତାରେ ଥିବା ସରଗମ ଗାର୍ମେଣ୍ଟସ୍‌କୁ ଗତକାଲି ସନ୍ଧ୍ୟା ସମୟରେ ଦି’ଜଣ ମହିଳା ପେଣ୍ଟ, ସାର୍ଟ କିଣିବା ବାହାନରେ ଆସି ପେଣ୍ଟ,ସାର୍ଟ ଚୋରି କରିଥିବା ଅଭିଯୋଗ ହୋଇଛି । ଦୋକାନରେ ଲାଗିଥିବା ସିସି ଟିଭିରେ ଚୋରି କରୁଥିବା ଦୃଶ୍ୟ ସବୁ କଏଦ ହେଇଥିବା ବେଳେ ମହିଳା ମାନେ ଚୋରି କରି ଆରାମରେ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ମାଲିକ ଜାଣିବା ପରେ ଟାଉନ ଥାନାରେ ଯାଇ ଅଭିଯୋଗ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.