oom

ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ ସାଧାରଣତନ୍ତ୍ର ଦିବସ ପାଳିତ

jsmm

କଳାହାଣ୍ଡି, (ହେମନ୍ତ ସାହୁ) : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ “ଗଣତନ୍ତ୍ର”କୁ ନେଇ ‘ମୋ ଲେଖା ମୋ ଦୁନିଆ’ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି ଏବଂ ଲେଖକ ମାନେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ୍ତ କୁମାର ମିଶ୍ର (ଅଧ୍ୟାପକ, ଭାଗବତ ପ୍ରଚାରକ), ମୁଖ୍ୟ ବକ୍ତା ଭାବେ ଉତ୍କଳ ବାଗ୍ମୀ ଭୂଷଣ ସଂଗ୍ରାମ କେଶରୀ ସାମନ୍ତରାୟ (ବରିଷ୍ଠ ଅଧିକାରୀ ଓଡ଼ିଶା ଅର୍ଥ ସେବା), ସମ୍ମାନିତ ଅତିଥି ଭାବେ ସଞ୍ଜୟ ଷଡଙ୍ଗୀ ଉପସ୍ଥିତ ରହି ଗଣତନ୍ତ୍ର ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଯୁବପିଢ଼ିଙ୍କୁ ସହଯୋଗ, ପରିବେଶ ସୁରକ୍ଷା, ଅହିଂସା, ସତ୍ୟ, ଧର୍ମ ମାଧ୍ୟମରେ ଆଦର୍ଶ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ, ସୁନିଲ ମହାନନ୍ଦ ଏବଂ ଲିପ୍ସା ମହାରଣା ସେମାନଙ୍କର ସୁଲଳିତ କଣ୍ଠ ସ୍ଵରରେ ଜାତୀୟତାର ଭାବନା ସୃଷ୍ଟି କରିଥିଲେ । ଡ. ଭବାନୀ ଶଙ୍କର ନିଆଲ୍ ସତ୍ୟ ଏବଂ ଶାନ୍ତିର ସଂକଳ୍ପ ନେବାକୁ ଯୁବ ପିଢ଼ିଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିଷ୍ଠାତା ଖୁସିରାମ ସାହୁ ଶିକ୍ଷା ଏବଂ କର୍ମ ତତ୍ପରତାକୁ ପ୍ରାଧାନ୍ୟ ଦେଇ ଯୁବ ସମାଜକୁ ପରିଚାଳିତ ହେବାକୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଉପଦେଷ୍ଟା ଭାରତୀ ରଥ, ଗୌର ଦାସ, ସନାତନ ମହାକୁଡ଼, ସଂଗ୍ରାମ କେଶରୀ ରାଉତରାୟ, ମନ୍ମଥ ସ୍ୱାଇଁ, ରାଜ କିଶୋର ମୁଣ୍ଡି, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ କମଳିନୀ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ କାର୍ଯ୍ୟକ୍ରମର ଉପସ୍ଥାପିକା ଲିପ୍ସା ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.