pakka

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜନରାଜ୍ୟ ଦିବସ ପାଳିତ

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦକ୍ଷିଣପୂର୍ବ ସମ୍ଭାଗର ସମ୍ଭାଗ-ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଭାରତର ଗୌରବମୟ ଇତିହାସର ବର୍ଣ୍ଣନା କରିଥିଲେ । ପ୍ରଧାନଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିବାବେଳେ ସମ୍ପାଦକ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ଉପସଭାପତି ଗୀତା ପାଢ଼ୀ, ଯୁଗ୍ମ-ସମ୍ପାଦକ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ଏସ୍. ରାମପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା, ମଉସା ମାଉସୀ ସହଯୋଗ କରିଥିଲେ । ଏହା ସହିତ ବିଦ୍ୟାଳୟ ଦ୍ୱାରା ପାଲିଆ ଛତ୍ରପୁର, ଆର୍ଯ୍ୟପଲ୍ଲୀ, ସୁନ୍ଦରପୁର, ନୋଳିଆ ନୂଆଗାଁ, ଚିକଲଖଣ୍ଡି ଓ ରାଜନାପଲ୍ଲୀ ଗ୍ରାମରେ ଭାରତମାତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

4 + 2 =