jsm

ସକମା ଠାରେ ‘ନବଉଷା’ ପତ୍ରିକା ଉନ୍ମୋଚନ ଓ ବନ୍ଧୁମିଳନ

csstore

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅନ୍ତର୍ଗତ ସକମା ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଅଧିନସ୍ଥ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧ୍ୟୟନ କେନ୍ଦ୍ର ତୃତୀୟ ସେମିଷ୍ଟାର ଓଡିଆ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସାହିତ୍ୟ ପତ୍ରିକା “ନବଊଷା” ଉନ୍ମୋଚନ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ବିଶିଷ୍ଟ ନାଟ୍ୟକାର କମଲ ଭୁଏଙ୍କ ସଭାପତିତ୍ୱରେ ବିଶିଷ୍ଟ କବି ଓ ସମାଜସେବୀ ଶିକ୍ଷୟିତ୍ରୀ ସବିତା ମହରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ଓ କଳାକାର ଦେବେନ୍ଦ୍ର ଭୋଇ, ଗୋପିନାଥ ସାହୁ, ସଂଜୀବ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ କବି ଓ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ତେ ଆସନ ଗ୍ରହଣ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ଆନନ୍ଦ ଚନ୍ଦ୍ର ଭୋଇ ତୁଲାଇଥିଲେ । ଧନ୍ୟବାଦ ଅର୍ପଣରେ ଗଙ୍ଗାଧର ପଧାନ ସମ୍ପାଦନା କରିଥିଲେ । ଉକ୍ତ ଉତ୍ସବରେ ଦିବ୍ୟାସିନି ସେଠି, ପ୍ରକାଶ ସାହୁ, ଅଞ୍ଜୁ ପଧାନ, ରାଜୁ ପଧାନ, ସୁଲୋଚନା କ୍ଷେତୀ, ବବିତା ସାହୁ, ସିଗମା ସାହୁ, ଧନଞ୍ଜୟ ବଗର୍ତ୍ତି, ଶ୍ରବଣ କୁମାର ସା, ଅନିରୁଦ୍ଧ ପଧାନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି ଗୌରବ ମଣ୍ତିତ କରିଥିଲେ ।

yuvodaya
Leave A Reply

Your email address will not be published.