pakka

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ସମାରୋହ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାସକ ଦଳ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ସମାରୋହ ଛତ୍ରପୁର ସଂଗ୍ରାମ ସ୍ପୋର୍ଟସ୍ କ୍ଲବଠାରେ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଓ ଏନୟଏସି ସ୍ତରୀୟ ବହୁ କର୍ମୀ ଓ ନେତ୍ତୃବର୍ଗଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁତୁଙ୍ଗ ନେତ୍ତୃବର୍ଗ ମଧ୍ୟ ଏହି ସମାବେଶରେ ଯୋଗଦେଇଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥୀ ଭାବେ ଯୋଗଦେଇ ବିଜେଡି କେବଳ ରାଜନୈତିତକ ଦଳ ନୁହେଁ, ଏହା ଜନମଙ୍ଗଳ ରାଷ୍ଟ୍ର ଭାବେ ସାମାଜିକ ଆନ୍ଦୋଳନର ଦାୟିତ୍ୱ ବହନ କରିଆସିଛି ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ସୁଶାସନ ଓ ଜନ-କଲ୍ୟାଣକାରୀ ଯୋଜନାରେ ଓଡିଶାର ମୁଖ୍ୟମନ୍ତ୍ରୀ ସାରା ଭାରତ ବର୍ଷରେ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଓଡିଶାର ଏକ ମାତ୍ର ଦଳ ଜନସାଧାରଣଙ୍କ ବଳ ସେ ହେଉଛି ବିଜୁ ଜନତା ଦଳ । ଓଡିଶାର ପ୍ରଗତି ତଥା ବିକାଶର ଦ୍ୱିଗୁଣିତ କରିବାକୁ ହେଲେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ହେବ ବିଜୁ ଜନତା ଦଳର ଛାତ୍ରଯୁବ ଓ ମହିଳାଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ନେତା ଓ କର୍ମୀ ନିଷ୍ଠାର ସହ ଦଳୀୟ ସଂଗଠନକୁ ସଦୃଢ କରିବା ପାଇଁ ଆଜି ଅନୁଷ୍ଠିତ ୨୫ ତମ ବିଜେଡି ପ୍ରତିଷ୍ଠା ଦିବସରେ ମତପ୍ରକାଶ ପାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ସଂଯୋଜାନା ଓ ପରିଚାଳନା କରିଥିଲେ । ବିଜେଡି ବ୍ଲକ ସଭାପତି ପ୍ରବସୀ ପ୍ରଧାନ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମୀତା ସାହୁ, ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡିର ଛତ୍ରପୁର ଏନ୍‌ଏସି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ ଓ ଭଗବାନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ଜଟିଆ ନାହାକ, ପୂର୍ବତନ ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଅକ୍ଷୟ କୁମାର ସ୍ୱାଇଁ, ବି.ଚନ୍ଦ୍ରମଣି ପାତ୍ର, ସିଏଚ୍‌. ମନୋଜ କୁମାର ରେଡ୍ଡୀ, କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ ସମିତି ସଭ୍ୟ ରଶ୍ମିତା ବେହେରା, ମହିଳା ନେତ୍ରୀ ବୈଜନ୍ତମାଳା ଶତପଥୀ, ବିଜେଡି ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡାଙ୍କ ସମେତ ଛତ୍ରପୁର ବ୍ଲକ ଓ ଏନ୍‌ଏସିର ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ବିଜୁ ଜନତା ଦଳର ଗୁଣଗାନ କରିଥିଲେ । ଏହି ଅବସରେ ଛତ୍ରପୁରର ହକି ଖେଳୁଥିବା ୬୦ଜଣ ଛାତ୍ରଛାତ୍ରୀମାନଙ୍କୁ ଛତ୍ରପୁର ହକି ଆସୋସିଏସନ୍‌ ପକ୍ଷରୁ ହକି ବେଟ୍ ବଣ୍ଟନ କରାଯାଇଥିଲା । ଏହି ସମାରୋହରେ ପ୍ରାୟ ୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ରବେହେରା ଓ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଶତାଧୀକ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିବା ସହ ବିଜୁବାବୁଙ୍କ ଗୁଣଗାନ କରିଥିଲେ ।

jay balangir
Leave A Reply

Your email address will not be published.

thirteen − 7 =