pakka

ଟିମନପୁର ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ

bbehera

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ନେଇ ଏକ ସଂଘ ଗଠନ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବ୍ୟବସାୟୀ ସଂଘକୁ ମା’ ସମଲେଶ୍ୱରୀ ବଣିକ ସଂଘରେ ନାମିତ କରିଛନ୍ତି । ସ୍ଥାନୀୟ ସମସ୍ତ ବ୍ୟବସାୟୀଙ୍କ ଉଦ୍ୟମରେ ନିକଟସ୍ଥ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗଗନ ସାହୁ ସଭାପତିତ୍ୱ କରି ସଭାରେ ଉପସ୍ଥିତ ସମସ୍ତ ବ୍ୟବସାୟୀଙ୍କୁ ସ୍ୱାଗତ ଜଣାଇ ଆଭିମୁଖ୍ୟ ପ୍ରଦାନ କରିଥିଲେ । ପରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ମୁକେଶ ଦଣ୍ଡସେନାଙ୍କୁ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ ଗଗନ ବିହାରୀ ସାହୁ, ସରୋଜ ଦଣ୍ଡସେନା, ଉମେଶ ଖର୍ସେଲ ଓ ସାଧାରଣ ସମ୍ପାଦକ ଭାବରେ କୂଳଦୀପ ତିବାରୀଙ୍କୁ ମନୋନୀତ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନୀଳକଣ୍ଠ ମେହେର, ଚନ୍ଦ୍ର କଟା, ଗୁଣଧର ଦଣ୍ଡସେନାଙ୍କୁ ମନୋନୀତ କରାଯାଇଥିଲା । ସେହିପରି କୋଷାଧ୍ୟକ୍ଷ ଭାବରେ ଭକଚନ୍ଦ ଦଣ୍ଡସେନା ଓ ସହ କୋଷାଧ୍ୟକ୍ଷ ଭାବରେ ରାଜୁ ଦଣ୍ଡସେନାଙ୍କୁ ମନୋନୀତ କରାଯାଇଛି । ସେହିପରି ଉପଦେଷ୍ଟା ଭାବରେ ନିମିଶ ନାୟକ, ପ୍ରଭୁଲାଲ ଦଣ୍ଡସେନା, ଜକ୍ତାନନ୍ଦ ନିଆଲ, ବିଦୁର ବାରିକ, ମହେନ୍ଦ୍ର ଦଣ୍ଡସେନା, ଗଜାନନ ମେହେର, ବଂଶୀଲାଲ ମେହେର, ବଜିସ ସରାଫ, ଲମ୍ବୋଦର ମେହେର ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ସ୍ଥାନୀୟ ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଏହି ସଂଘ ଆଗାମୀ ଦିନରେ ବ୍ୟବସାୟୀ ମାନଙ୍କ ବହୁବିଧ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.

12 − four =