pakka

ଧାନମଣ୍ଡିରେ ଚଢ଼ାଉ : ବେଆଇନ ୩୧୦ ବସ୍ତାଧାନ ଜବତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବେଆଇନ ଭାବେ ରଖିଥିବା ୩୧୦ ବସ୍ତା ଧାନ ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସିଙ୍ଗଝର ମଣ୍ଡିରେ ଧାନ କିଣାରେ ଅନିୟମିତତା ନେଇ ପ୍ରକୃତ ଚାଷୀଙ୍କ ଅଭିଯୋଗ କ୍ରମେ ବେଆଇନ ଭାବେ ରଖିଥିବା ଧାନ ଉପରେ ଚଢ଼ାଉ କରି ୧୩୨ ବସ୍ତାଧାନ ଜବତ କରାଯାଇଛି । ଉକ୍ତ ଧାନ କାହାର ତାହା ଜଣାପଡି ନାହିଁ । ସେହିପରି ଗଣ୍ଡାବାହାଳି ମଣ୍ଡି ଗମ୍ଭାରୀଗୁଡାଠାରେ ମଧ୍ୟ ଚଢ଼ାଉ କରାଯାଇଥିଲା । ସେଠାରେ ୧୭୮ ବସ୍ତାଧାନ ଜବତ କରାଯାଇଛି । ଉକ୍ତ ଧାନ ମଧ୍ୟ କାହାର ଓ କିପରି ଆସିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହିପରି ଭାବେ ସର୍ବମୋଟ ୩୧୦ ବସ୍ତାଧାନ ଜବତ କରିଥିବା ଜଣାପଡ଼ିଛି । ପ୍ରକାଶ ଯୋଗ୍ୟ ଯେ, ଧାନମଣ୍ଡିରେ ଅନିୟମିତତା ହେଲେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏନେଇ ବିଭାଗୀୟ ଅଧିକାରୀ ଧାନମଣ୍ଡିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କିନ୍ତୁ ସିନାପାଲି ଅନ୍ତର୍ଗତ କିଛି ଧାନମଣ୍ଡିରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଆଜି ସନ୍ଧ୍ୟାରେ ଚଢ଼ାଉ କରି ସିଙ୍ଗଝର ମଣ୍ଡିରେ ପଲସାପଡା ନିବାସୀ ଧବଳେଶ୍ଵସର ସା’ଙ୍କର ୧୨୦ ବସ୍ତା ଧାନ ଜବତ କରାଯାଇଛି । ପୁଣି ୧୨ ବସ୍ତାଧାନ ମଧ୍ୟ ଜବତ କରାଯାଇଛି । ହେଲେ ଉକ୍ତ ୧୨ ବସ୍ତା କାହାର ତାହା ଜଣାପଡି ନାହିଁ । ସେହିପରି ଗଣ୍ଡାବାହାଳି ମଣ୍ଡି ଗମ୍ଭାରୀଗୁଡାଠାରେ ଜବତ ୧୭୮ ବସ୍ତାଧାନ ମଧ୍ୟ କାହାର ତାହା ଜଣାପଡି ନାହିଁ । ଫଳରେ ମୋଟ ୩୧୦ ବସ୍ତାଧାନକୁ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି । କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉରେ ସିନାପାଲି ତହସିଲଦାର ଲୋକନାଥ ଶବରଙ୍କ ସମେତ ସିନାପାଲି ଯୋଗାଣ ଅଧିକାରୀ ଅଲେଖ ମହିମା ଭୋଇ ଓ ବୋଡେ଼ନ ତଥା ଖଡ଼ିଆଳ ଯୋଗାଣ ଅଧିକାରୀ ଦେବରାଜ ଭୋଇ ପ୍ରମୁଖ ସାମିଲ ଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ସିନାପାଲି ଅନ୍ତର୍ଗତ ଅନ୍ୟାନ୍ୟ ମଣ୍ଡିରେ ମଧ୍ୟ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

fifteen − seven =