pakka

କବିତା ପାଠ ଓ ପରିବେଶ ପାଇଁ ଗଛଟିଏ ବ୍ୟାନର ଲୋକାର୍ପଣ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଷ୍ଟେସନ ବଜାରଠାରେ ଶିକ୍ଷାବିତ ତଥା କବି ଗୋଲଖ ବରାଳଙ୍କ ସଭାପତିତ୍ବରେ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ କବି ଦିଗମ୍ବର ରଥ, ବସନ୍ତ କୁମାର ଦାସ, ସଚିକାନ୍ତ ବାରିକ, ନଟବର ସେଠି, ରୋହିତ କୁମାର ଚମ୍ପତି, ଗୋଲଖ ବରାଳ, ଚନ୍ଦ୍ରଶେଖର, କବୟିତ୍ରୀ ପାର୍ବତୀ ମହାପାତ୍ର, ଡଲି ସ୍ୱାଇଁ ସ୍ୱ ସ୍ୱ କବିତା ପାଠ କରିଥିଲେ । ଏହି ଅବସରରେ କବି ତଥା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ପରିବେଶ ସଚେତନ ଧର୍ମୀ ବ୍ୟାନର “ପରିବେଶ ପାଇଁ ଗଛଟିଏ ‘ଲୋକାର୍ପଣ କରାଯାଇଥିଲା । ପରେ ପରେ ଶ୍ରୀ ପାଢ଼ୀ ପରିବେଶଧର୍ମୀ କବିତା “ଟୁକୁନା ପୋତୂଛି ଗଛ’ ଆବୃତ୍ତି କରି ସ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ସଂପାଦକ ଶିକ୍ଷକ କବି ଚନ୍ଦ୍ରଶେଖର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − 16 =