
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଶରତ କୁମାର ସେଠୀ, ସମ୍ମାନିତ ଅତିଥି ସହକାରୀ ନିର୍ବାହୀ ଯନ୍ତ୍ରୀ ବଳ ବିନ୍ଦର ସିଂ ଯାଦବ ଯୋଗଦେଇ ଯୁଗଯାତ୍ରୀ ସାହିତ୍ୟ ସଂସଦର ଦୀର୍ଘ ୫୨ବର୍ଷର ସାହିତ୍ୟ ଯାତ୍ରାକୁ ପ୍ରଶଂସା କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ମଧ୍ୟରେ ତେରଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ରଜନୀକାନ୍ତ ମହାଙ୍କୁଡ଼, ବିଭୂତି ଭୂଷଣ ପ୍ରହରାଜ, ସନ୍ତୋଷ ଦୁବେ, ଅବିନାଶ ଶତପଥୀ, ରୀତେଶ ଶତପଥୀ, ପୁନମ ଜୈନ, ଆକାଂକ୍ଷା ମିଶ୍ର, ସ୍ୱରୂପା ରାଣୀ ହୋତା ପ୍ରମୁଖ ଯୋଗ ଦେଇଥିବାବେଳେ ଉପସଭାପତି ରାକେଶ ଶତପଥୀ, ସହ ସଂପାଦକ ପରମାନନ୍ଦ ବିଶି, କୋଷାଧ୍ୟକ୍ଷ ଉଦୟ ନାୟକ, ସଦସ୍ୟ ସୁଶାନ୍ତ ମିଶ, ମାନସ ରଞ୍ଜନ ପ୍ରହରାଜ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ୧୬୫ତମ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ, ସାରସ୍ୱତ ସଭା ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।