jayashree

ରକ୍ଷା ବନ୍ଧନର ପବିତ୍ର ତିଥିରେ ସାମ୍ନାକୁ ଆସିଛି ଏକ ଭାବବିହ୍ୱଳ ଦୃଶ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୦ ମସିହାରେ ମାଓବାଦୀ ସନ୍ଦେହରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତା ଠାକୁର, ରକ୍ଷା ବନ୍ଧନ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ଭାଇ-ଭଉଣୀର ପବିତ୍ର ସମ୍ପର୍କ ସହ ଭରସା, ସମ୍ମାନ ଓ ସୁରକ୍ଷାର ଏକ ଭାବପୂର୍ଣ୍ଣ ବାର୍ତ୍ତା ସାମ୍ନାକୁ ଆସିଛି । ଗୀତା ଠାକୁରଙ୍କ ଏହି ରାକ୍ଷୀ ବାନ୍ଧିବା ଘଟଣା ରକ୍ଷା ବନ୍ଧନର ମୂଳ ଭାବନାକୁ ଆହୁରି ଗଭୀର କରିଛି । ଏହି ମୁହୂର୍ତ୍ତ ସମସ୍ତଙ୍କ ମନରେ ଏକ ଭାବପୂର୍ଣ୍ଣ ଅନୁଭବ ସୃଷ୍ଟି କରିଛି ।

Leave A Reply

Your email address will not be published.