jayashree

ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ବାର୍ଷିକ ବିଜ୍ଞାନମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରି ସେମାନଙ୍କୁ ଭବିଷ୍ୟତରେ ବୈଜ୍ଞାନିକ ରୂପେ ପରିଚିତ କରିବା ପାଇଁ ବିଦ୍ୟାଳୟସ୍ତରରେ ବିଜ୍ଞାନ ମେଳାର ଆୟୋଜନ କରାଯାଇଥାଏ । ଅନୁରୂପ ଭାବେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀସ୍ଥ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ ଠାରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାକୁ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟପାଳ ପୁରସ୍କାର ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରାଗ-ଐତିହାସିକ କାଳ, ସତ୍ୟ, ତ୍ରେତ୍ତୟା, ଦ୍ୱାପର ଯୁଗରୁ ବିଜ୍ଞାନର କ୍ରମୋନ୍ନତି ବ୍ୟାଖ୍ୟା କରି ବିଦ୍ୟାର୍ଥୀମାନେ ନୂତନ ଚିନ୍ତାଧାରାରେ ବୈଜ୍ଞାନିକ ଉଦ୍ଭାବନ ପାଇଁ ନିଜକୁ ପ୍ରସ୍ତୁତ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପରମ ଗୁରୁ ବିଚାରକ ରୂପେ ଯୋଗ ଦେଇ ବ୍ଲକ ମେଳା ପାଇଁ କୁନି ବୈଜ୍ଞାନିକ ଚୟନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସ୍ଥାନୀୟ ସରପଞ୍ଚ ବି. ସୁଦାମ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ କାଞ୍ଚଣା ୟୁ ଜି. ହାଇସ୍କୁଲର ପ୍ରଧାନଶିକ୍ଷକ ଯୁଧିଷ୍ଠିର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତ୍ତିତ୍ଵ ହାସଲ କରିଥିବା କୁନି-ବୈଜ୍ଞାନିକମାନଙ୍କୁ ମାନପାତ୍ର ସହ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ମଞ୍ଚ-ସଂଯୋଜନା କରିଥିବା ବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ, ବିଜୟଲକ୍ଷ୍ମୀ ପାତ୍ର, ସସ୍ମିତା ବେହେରା, ଉଷାରାଣୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏନ୍‌.ସି.ସି ଫାଷ୍ଟ ଅଫିସର ସୁଧାକର ବୋଳି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଭାଗିରଥି ମିଶ୍ର ବେଦପାଠ କରିଥିଲେ । ଶିକ୍ଷୟିତ୍ରୀ ଜୟଶ୍ରୀ ଦୋରା, ଜ୍ୟୋତିର୍ମୟୀ ପାତ୍ର, ନନ୍ଦିନୀ ସେଠୀ, ମୌସୁମୀ ମହାରଣା, ଯମୁନା ରେଡି, ଶିକ୍ଷକ ବିଜୟ କୁମାର ସାହୁ, ପର୍ଶୁରାମ ପାତ୍ର ପ୍ରମୁଖ ବିଜ୍ଞାନ ମେଳା ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.