oom

ଦେଓଗାଁ ବ୍ଲକରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଯୁବ ସଭାପତି ଶୈଲେନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଉମାଶଙ୍କର ସିଂ, ଜିଳ୍ଲା ମହିଳା ସଂପାଦିକା ପ୍ରମୋଦିନୀ ନାଏକ, ବରିଷ୍ଠ ବିଜେଡି ନେତା ତଥା ପୂର୍ବ ବ୍ଲକ ସଭାପତି ଲକ୍ଷ୍ମଣ ମେହେର, ବ୍ଲକ ମହିଳା ସଭାନେତ୍ରୀ ତଥା ହାତୀସରା ସରପଞ୍ଚ ମମତା କୁମୁରା, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା, ଯୁବ ନେତା ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧୀ ଖମାରୀ, ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚ୍ଚୁଏଲ ଉଦବୋଧ ପୂର୍ବରୁ ବକ୍ତାମାନେ ବ୍ଲକର ସମସ୍ତ କୋଣ ଅଣୁକୋଣରୁ ଆସିଥିବା ବିଜୁ ଜନତା ଦଳ କର୍ମୀଙ୍କୁ ଦୀର୍ଘ ୨୫ ବର୍ଷରେ ପଦାର୍ପଣ କରିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ଦଳର ହାତମୁଠାକୁ ଟାଣ କରି ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ଦଳୀୟ ପ୍ରାର୍ଥିଙ୍କୁ ବିଜୟ କରିବାକୁ ଆହ୍ୱାନ ଦେଇଥିଲେ । ଦେଓଗାଁ ବ୍ଲକର ୫୫ଖଣ୍ଡ ଗାଁ ପାଇଁ ବସୁଧା ଯୋଜନାରେ ୧୨୩କୋଟି ଟଙ୍କା ଓ ଚାନ୍ଦିନୀ ପାହାଡ଼ ପାଇଁ ୧କୋଟି ୮୩ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଚୁର କରିଥିବା ପୂର୍ବ ଅଧ୍ୟକ୍ଷ ଶ୍ରୀ ମେହେର ଘୋଷଣା କରିଥିଲେ । ବୁଦ୍ଧଦେବ ପରୁଆ, ଜରାସିଂହା ସରପଞ୍ଚ କୁଶମଣୀ ମେହେର, ସୁନୀଲ ମେହେର, ମନୋଜ ବାରିକ, କବି ସାହୁ, ଭୋଜରାଜ ରଣା, ଗୌର ସାହୁ, ନିରଞ୍ଜନ ପଟେଲ, ସୁଶାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.