pakka

ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ଓ ଖେଳରେ ବିଜ୍ଞାନ ପୁସ୍ତକର ଲୋକାର୍ପଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପି.ପି. ଏକାଡେମୀ ସଭାଗୃହରେ ବଲାଙ୍ଗିରରେ ଅବସ୍ଥାପିତ ଜିଲ୍ଲା ବିଜ୍ଞାନ ସାହିତ୍ୟ ପରିଷଦର ସାଧାରଣ ଅଧିବେଶନ ପରିଷଦର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ବିଜ୍ଞାନ ସାହିତ୍ୟ ପରିଷଦ ଦ୍ୱାରା ପ୍ରକାଶିତ ଏବଂ ଡ. ଅଭିମନ୍ୟୁ ମିଶ୍ର, ଡ.ବି.ଏନ୍‌.ଶ୍ରୀକାନ୍ତ ଓ ସନାତନ ଠାକୁରଙ୍କ ଦ୍ୱାରା ଲିଖିତ “ଖେଳରେ ବିଜ୍ଞାନ” ପୁସ୍ତକ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ଓ ସମ୍ମାନିତ ଅତିଥି ବଲାଙ୍ଗିରର କୃଷି ଉଦ୍ୟାନ ଉପ-ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ଭଞ୍ଜଙ୍କ ଦ୍ୱାରା ଲୋକର୍ପିତ ହୋଇଯାଇଛି । ଏହି ପୁସ୍ତକରେ ୬୦ଟି ବିଜ୍ଞାନ ଖେଳନା ସ୍ଥାନୀତ ହୋଇଛି । ସଭାର ଦ୍ୱିତୀୟ ଅଧିବେଶନରେ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଗଲା । ଏଥିରେ ସଭାପତି ଭାବରେ ଡ. ଅଭିମନ୍ୟୁ ମିଶ୍ର, ଉପ-ସଭାପତି ଦ୍ୱୟ ପ୍ରଫେସର ତରୁଣ କୁମାର ମିଶ୍ର ଓ ସରୋଜ କୁମାର ନାୟକ, ସଂପାଦକ ଭାବରେ ରାଜେନ୍ଦ୍ର କୁମାର ଶର୍ମା, ଯୁଗ୍ମ ସଂପାଦକ ଭାବରେ ଆନନ୍ଦ ବଡପଣ୍ଡା, କୋଷାଧ୍ୟକ୍ଷ ଭାବରେ ଯତୀନ୍ଦ୍ର ମୋହନ ପାଠୀ ସର୍ବ ସମ୍ମତିକ୍ରମେ ଆସନ୍ତା ତିନି ବର୍ଷ ପାଇଁ ପରିଷଦର ଦାୟିତ୍ୱ ଗ୍ରହଣ କଲେ । ଏଥିରେ କାର୍ୟ୍ୟନିର୍ବାହୀ ସଦସ୍ୟ ଭାବେ ସନାତନ ଠାକୁର, ଚିତ୍ତ ରଂଜନ ପଟେଲ, ଡ. ବିଏନ୍ ଶ୍ରୀକାନ୍ତ, ଡ. ଗୋଦାବରିଶ ରଥ, ଡ. ଜଗଜ୍ଜୀତ କାମିଲା, ବାସନ୍ତି ସାହୁ, ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କୁ ଚୟନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ପି.ପି. ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାନ ସରୋଜ କୁମାର ନାୟକ ସଂଯୋଜନା କରିଥିବା ବେଳେ ନବନିଯୁକ୍ତ ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 + 1 =