pakka

ମ୍ୟୁଜିକ ସର୍କଲରେ ବିଜୟା ଉତ୍ସବ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲଠାରେ ବିଜୟା ଉତ୍ସବ ସରକାରୀ ନୀତି ନିୟମ ଅନୁସାରେ ପାଳିତ ହୋଇଯାଇଛି । ଇଂ ପ୍ରତାପ କୁମାର ରାୟଙ୍କ ସଭାପତିତ୍ୱ ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଡାକ୍ତର କୃପାସିନ୍ଧୁ ନାୟକ ମୁଖ୍ୟଅତିଥି ଓ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ସଂପାଦିକା ଅଳକା ଚାନ୍ଦ ସଂପାଦକୀୟ ବିବରଣୀ ସହ ରାଉରକେଲା ବିଧାୟକ ଅନୁଷ୍ଠାନକୁ ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ‘ଆଧୁନିକ ଜୀବନ ପରିପ୍ରେକ୍ଷୀରେ ସଂସ୍କୃତିର ଭୂମିକା’ ସଂପର୍କରେ ଆଲୋଚନା କରି ମୁଖ୍ୟଅତିଥି ଡାକ୍ତର ନାୟକ କହିଲେ ଯେ, ଆମ ସଂସ୍କୃତି ବେଶ ବିଭବମୟ କିନ୍ତୁ ଏବେ ଲୋକନାଟକ, ଲୋକ ସଂସ୍କୃତିରେ ଅପସଂସ୍କୃତିର ଛାପ ଦେଖିବାକୁ ମିଳୁଛି । ସଂପ୍ରତି ମାର୍ଜିତ ଓ ଶାଳୀନତା ଭିତରେ ଥିଲେ ତାହା ବେଶୀ ଆଦୃତ ହୁଏ । କାରଣ ସଂସ୍କୃତି ଆମ ଚାଲିଚଳନ ସହ ଜଡିତ । ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅସହାୟବାଦରୁ ଗୋଷ୍ଠୀ, ଗୋଷ୍ଠୀରୁ ସମାଜବାଦ ସୃଷ୍ଟି । ଖାଦ୍ୟ ପାଇଁ ବିଜୟୀ ଗୋଷ୍ଠୀ ଓ ପରାଜିତଗୋଷ୍ଠୀ ମଧ୍ୟରେ ଧିରେ ଧିରେ ସମନ୍ବୟ ହୋଇ ଆଗେ ସମାଜ ଓ ପରେ ଦେଶ ସୃଷ୍ଟି ହୋଇଛି । ଲୁଣ୍ଠନ ସଂପର୍କରେ ମତରଖି କହିଲେ ଯେ, ଲୁଣ୍ଠନକୁ ପରିମାର୍ଜିତ କଲାପରେ ତାହା ସଂସ୍କୃତି ହୋଇଯାଇଛି । ଲୁଣ୍ଠନ ଏକ ପରିମାର୍ଜିତ ସଂସ୍କୃତି । କୃଷି ସଂସ୍କୃତି, ଜାନିଯାତ୍ରା ଆଦି ସଂସ୍କୃତିର ଏକ ପରିବର୍ଦ୍ଧିତ ରୂପ । କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । କିନ୍ତୁ ମଣିଷ ବସ୍ତୁବାଦୀ ହେବା ଦ୍ଵାରା ପରବର୍ତ୍ତୀ ସମୟରେ ଦୁଃଖ ପାଏ । ଦ୍ବିତୀୟ ପର୍ୟ୍ୟାୟରେ ଡଃ କିଶୋରୀ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ସୁଶ୍ରୀ ସାଇଶ୍ରୀତା ସାହୁ, ଦୀପକ ରାଉତ, ବାପିନା ନାୟକ, ଅଙ୍କିତା ବେହେରା, ଦେବରଂଜନ ସାମଲ, ଦେବଜ୍ୟୋତି ଜେନା, ସଂଗୀତ ଗାନ କରିଥିବା ବେଳେ ଗୁରୁ ବାବାଜି ଚରଣ ବିଶ୍ବାଳ, ଚନ୍ଦ୍ରଶେଖର ରାଓ, ବିବେକାନନ୍ଦ ପଣ୍ଡା ଏଥିରେ ସହଯୋଗ କରିଥିଲେ । ସେହିପରି ସୁଦେଷ୍ଣା ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ, ଗୀତାରାଣୀ ବେହେରା, ଡଲିରାଣୀ ବ୍ରହ୍ମା, କୃପାସିନ୍ଧୁ ନାୟକ, ସୁଶାନ୍ତ ନାୟକ, ସ୍ନେହଲତା ପଟ୍ଟନାୟକ, ରାଜୀବ ପାଣି, ରାଜକୁମାର ମହାନ୍ତି, ତ୍ରିଲୋଚନ ସ୍ବାଇଁ, ନୃସିଂହ ଚରଣ ବିଶ୍ବାଳ, ଅଭୟ କୁମାର ଦାସ, ନିଖିଳେଶ୍ବର ଦାସ, ଶରତ କୁମାର ଦାଶ, ରାଜେଶ ତିୱାରୀ, ଉମାକାନ୍ତ ମଲ୍ଲିକ, ଗୌରଚନ୍ଦ୍ର ସାହୁ, ଏ ପଟ୍ଟନାୟକ, ନିହାରିକା ଦାଶ, ଡା.ପି କେ ଚାନ୍ଦ, ଆର ଦାଶ, ଉମେଶ ଜେନା, ସୁବାସ ଚନ୍ଦ୍ର ଲେଙ୍କା, ଅକ୍ଷୟ ଦାସ, ସନ୍ତୋଷ କୁମାର, ଚିତ୍ତରଂଜନ ବ୍ରହ୍ମା, ଉମାକାନ୍ତ ପଣ୍ଡା, ପ୍ରମିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆବାହକ ପ୍ରଫେସର ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen − thirteen =