ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ : ଅଁଳାପାଲି, ଇଭିନିଂ ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଦ୍ୱିତୀୟ ଦିବସରେ ତୁଳାପଡ଼ା, ଅଁଳାପାଲି ଏବଂ ଏଟିଇଲେଭେନ୍ ଦଳ ବିଜୟୀ ହୋଇଥିବା ଜଣାଯାଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ମ.ରାମପୁର ମହାବିଦ୍ୟାଳୟ ତଥା ବରିଷ୍ଠ ନାଗରିକ ମଂଚର ସଭାପତି ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ଖେଳରୁ ଆମେ ଅନେକ କିଛି ହାସଲ କରିଥାଉ, ଏକ ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇ ଆମେ ନିଜକୁ ବିଭିନ୍ନ ସମୟରେ ଅନେକ କାର୍ଯ୍ୟ ଦକ୍ଷତାର ସହିତ ସମାପନ କରିପାରୁ । ସାକ୍ଷାତ ସମୟରେ ତାଙ୍କ ସହିତ କମିଟି ତରଫରୁ ବଳରାମ ମାଝ, ରାକେଶ ମହାଉତି, ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ମ୍ୟାଚ ତୁଳାପଡ଼ା ଏବଂ ଏଟିଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ତୁଳାପଡ଼ା ଫିଲ୍ଡିଂ ନେଇଥିବା ବେଳେ ଏଟି ଇଲେଭେନ୍ ବ୍ୟାଟିଂ କରିଥିଲା । ନିର୍ଦ୍ଧାିରିତ ଓଭରରେ ଏଟି ଇଲେଭେନ୍ ଦଳ ୧୦୩ ରନ୍ ସଂଗ୍ରହ କରିଥିବା ବଳେ ଜବାବରେ ତୁଳାପଡ଼ା ଦଳ ମାତ୍ର ୭୮ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଦ୍ୱିତୀୟ ମ୍ୟାଚ ଅଁଳାପାଲି ଏବଂ ମଟୋଗଣ୍ଡା ମଧ୍ୟରେ ହୋଇଥିଲା । ମଟୋଗଣ୍ଡା ଦଳ ଟସ୍ ଜିଣି ଫିଲଡ଼ିଂ ନିଷ୍ପତି ନେଇଥିଲା । ଅଁଳାପାଲି ଦଳ ୧୨୪ ରନ୍ ସଂଗ୍ରହ କରିଥିବା ବେଳେ ମଟୋଗଣ୍ଡା ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୮୭ରନ୍ ସଂଗ୍ରହ କରିପାରିଥିଲେ । ଠିକ୍‌ ସେହିପରି ତୃତୀୟ ମ୍ୟାଚଟି ଏଟିଇଲେଭେନ୍ ଏବଂ ଇଭିନିଂ ମ.ରାମପୁର ମଧ୍ୟରେ ହୋଇଥିଲା । ଏଥିରେ ପ୍ରଥମେ ଏଟି ଇଲେଭେନ୍ ବ୍ୟାଟିଂ କରି ୭୨ରନ୍ ସଂଗ୍ରହ କରିଥିବା ବେଳେ ୬ ୱିକେଟ ବିନିମୟରେ ଇଭିନିଂ ମ.ରାମପୁର ଉପରୋକ୍ତ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ମ୍ୟାଚରେ ଅମ୍ପେଆର ଭାବରେ ଜିତେନ୍ଦ୍ର ବାଗ, ଅଙ୍କିତ ଦଣ୍ଡସେନା, ପ୍ରଶାନ୍ତ ପଧାନ, ସ୍କୋରର ଶାଶ୍ୱତ ମିଶ୍ର, ଗୋଲୁ ଦାୟିତ୍ୱ ନିର୍ବାହ କରିଥିଲେ । କମିଟି ତରଫରୁ ରିଙ୍କୁ ସାହୁ, କାହ୍ନା ସେଠ, ଲିଟୁ, ପପୁ ଏବଂ ଅନ୍ୟମାନେ ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

15 − twelve =

error: Content is protected !!