jsm

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ତୃତୀୟ ଦିବସ : ୟୁଥ କ୍ଲବ ବିଜୟୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ର୍ବତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ ପ୍ରଥମ ମ୍ୟାଚରେ ଖଲିଆପାଲି ଟ୍ରାଇବ୍ରେକର ୩-୦ ଗୋଲରେ ଅମାମୁଣ୍ଡାକୁ ହରାଇ ବିଜୟୀ ହୋଇଥିବା ବେଳେ ଅତିଥି ଭାବେ ସଦର ବ୍ଳକ ଚେୟାରମ୍ୟାନ ଗୋଲାପ ବାଗ ଯୋଗଦେଇ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫରୀ ଭାବରେ ସଂଜୀବ ମହାରଣା, ଦେବାଶିଷ ବାଗ, ସୁଦର୍ଶନ ସେଠ ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରଚାଳନା କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ୟୁଥ କ୍ଳବ ବଲାଙ୍ଗିର ୨-୧ ଗୋଲରେ ଖଲିଆପାଲିକୁ ହରାଇ ସେମିଫାଇନାଲକୁ ଉନ୍ନତି ହୋଇଛି । ଅତିଥି ଭାବରେ କ୍ରୀଡାବିତ ମନୋଜ କୁମାର ମିଶ୍ର ଓ ଗୋପାନନ୍ଦ ଧରୁଆ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଲକୁ ପ୍ରଫୁଲ୍ଲ ବଗର୍ତ୍ତୀ, ଦେବାଶିଷ ବାଗ, ସୁଦର୍ଶନ ସେଠ ଓ ସଂଜିବ ମହାରଣା ପରିଚାଳନା କରିଥିଲେ । ଫୁଟବଲ କୋଚ ପରାସର ବାଗ, ସଭାପତି ନାରାୟଣ ବିଶ୍ୱାଳ, ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତର ରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଦନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ, ହେମସାଗର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ରବିବାର ଦିନ ବଲାଙ୍ଗିର ୟୁ ନାଇଟେଡ ଓ ନକ୍ଟାସର ମଧ୍ୟରେ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

yuvodaya
Leave A Reply

Your email address will not be published.