pakka

ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ୍‌-୨୦୨୧ ଫୁଟ୍‌ବଲ୍‌ ଫାଇନାଲରେ ଯୋଗୀସର୍ଡା ଓ ସରଗାଡ଼

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥଲେଟିକ ଆସୋସିଏସନ୍‌, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମଠାରେ ଚାଲିଥିବା ତ୍ରୀଦିବସିୟ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ର ଦ୍ଵିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟରେ କୁଟୁରାପାଲି ବିଜୟୀ ହୋଇଥିବା ବେଳେ ଫୁଟ୍‌ବଲ୍‌ରେ ଯୋଗୀସର୍ଡା ଓ ସରଗାଡ଼ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ବ୍ଲକ କଂଗ୍ରେସ କମିଟି ସଭାପତି ଅରବିନ୍ଦ ସାହୁ, ଝାରମୁଣ୍ଡା ସରପଞ୍ଚ ସୁନୀଲ ଅଗ୍ରୱାଲ ଓ ବ୍ଲକ ସାମ୍ବାଦିକ ସଂଘ ସଭାପତି ସରୋଜ ବିଶ୍ୱାଳ ଯୋଗ ଦେଇଥିଲେ । ପ୍ରଥମ ଦିବସରେ ବଲାଙ୍ଗିର ସାଂସଦଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ବାଳକୃଷ୍ଣ ଧରୁଆ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଖେଳ ପରିଚାଲନାରେ ସୁଧାଂଶୁ ମହାକୁର, ଗୁଣମଣି ସେଠ୍‌ ଓ ସୁଧାଂଶୁ ଥନାପତି ଦାୟିତ୍ୱ ତୁଲାଇଥିବା ବେଳେ ସଭାପତି ଶ୍ୟାମସୁନ୍ଦର ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ମନୋଜ ଧରୁଆ, କାଳିଚରଣ ବଗର୍ତ୍ତି, ବିନୋଦ ଧରୁଆ, କାର୍ତ୍ତିକ କର୍ତ୍ତି, ଆନନ୍ଦ ଧରୁଆ, ଗୌର କୁମ୍ଭାର ପ୍ରମୁଖ ପରିଚାଲନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 + eight =