pakka

ରାମଚଣ୍ଡୀ ମନ୍ଦିର ପରିସରରେ ବିଧାୟକଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ଦପ୍ତରଠାରୁ ମାତ୍ର ୭ କି.ମି. ଦୂରରେ ଏକ କ୍ଷୁଦ୍ର ପାହାଡ଼ରେ ବିରାଜିତ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରର ଉନ୍ନୟନମୂଳକ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବୈଠକ ପୂର୍ବରୁ ମନ୍ଦିର ପରିସରରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶନିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ ହେବା ଦିଗରେ ଆବଶ୍ୟକ ଅର୍ଥ ବିନିଯୋଗ ନେଇ ଛତ୍ରପୁର ବିଧାୟକଙ୍କ ସହ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଆଲୋଚନା କରିଥିଲେ । କଲ୍ୟାଣମଣ୍ଡପ ପ୍ରକଳ୍ପର ସମ୍ପନ୍ନ ନିମନ୍ତେ ଅନୁଦାନର ବିହିତ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ନାୟକ ଏବଂ କରପଡା ସରପଞ୍ଚ ଶ୍ରୀମତୀ ସୁଷମା ନାୟକ ଯୋଗ ଦେଇଥିଲେ ମନ୍ଦିର ଟ୍ରଷ୍ଟର ଇଂ.ବିନୋଦ କୁମାର ପାଢୀ, ପରିଚାଳନା କମିଟିର ପରାମର୍ଶଦାତା ରବିନ୍ଦ୍ର ନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ରବିନ୍ଦ୍ର କୁମାର ପଣ୍ଡା (ବାବୁଲି) ଉପସଭାପତି କ୍ଷୀରୋଦ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ପାଢୀ, କୋଷାଧ୍ୟକ୍ଷ ସୁରେଶ କୁମାର ପଣ୍ଡା, ପରିଚାଳକ ତଥା ସଂଯୋଜକ କମଳ କୁମାର ପଣ୍ଡା, ମନ୍ଦିର ଟ୍ରଷ୍ଟ ସଦସ୍ୟ ଲକ୍ଷ୍ମୀ ନୃସିଂହ ପଣ୍ଡା, କମିଟି ସଦସ୍ୟ ଭାସ୍କର ନାୟକ, ଅରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆନୁଷ୍ଠାନିକ ଭାବେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ଚାଲିଥିବା କଲ୍ୟାଣ ମଣ୍ଡପ, ହନୁମାନ ମନ୍ଦିର, ସୌନ୍ଦର୍ଯ୍ୟକରଣ ସ୍ଥାନ, ପାନୀୟଜଳର ବନ୍ଦୋବସ୍ତ, ପାଣି ଟାଙ୍କି, ମାର୍କେଟ କମ୍ପ୍ଲେକ୍ସ ସହ ବିବିଧ ବିକାଶ ଦିଗରେ ବିସୃତ ଭାବେ ଆଲୋଚନା ହୋଇଥିଲା । ଯଥାଶୀଘ୍ର ଏହାର କାର୍ୟ୍ୟକାରୀତା ଦିଗରେ ସଭିଏଁ ଧ୍ୟାନଦେଇ ପରିଚାଳିତ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

13 + ten =