pakka

କଂଗ୍ରେସରେ ସାମିଲ ହେଲେ ଶତାଧିକ ଯୁବକ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଆରମ୍ଭ ହେଲାଣି । ତେବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ତତ୍ତ୍ଵାବଧାନରେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇଙ୍କ ନେତୃତ୍ୱରେ ଆଜି ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ପଞ୍ଚାୟତର ଶତାଧିକ ଯୁବକ କଂଗ୍ରେସରେ ସାମିଲ ହୋଇଛନ୍ତି । ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା, ବୈକୁଣ୍ଠ ମାଝୀ ପ୍ରମୁଖଙ୍କ ଉପସ୍ଥିତରେ ନୂତନ ଭାବେ କଂଗ୍ରେସ ଦଳରେ ସାମିଲ କର୍ମୀଙ୍କୁ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ ।

jay balangir
Leave A Reply

Your email address will not be published.

thirteen − four =