ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହେବାକୁ ଥିବା ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ଏବଂ ଏହି ସଂରକ୍ଷଣକୁ ଦେଖି ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଗୋଟିଏ ପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ । ଗାଁରୁ ସହର, ଚା’ ଖଟି ଗୁଡ଼ିକରେ ଆରମ୍ଭ ହୋଇ ସାରିଥିଲା ନିର୍ବାଚନୀ ଉଷ୍ମତା । ତିନି ପ୍ରମୁଖ ଦଳ ଜିଲ୍ଲା ପରିଷଦକୁ ଆସନକୁ ଆଖିଆଗରେ ରଖି ନିଜ ନିଜ ଅକ୍ତିଆରକୁ ଆଣିବା ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବି ଆରମ୍ଭ କରିଥିଲେ । ଠିକ୍ ଏହି ସମୟରେ ହାଇକୋର୍ଟରେ ହୋଇଥିବା ଓବିସି ସଂରକ୍ଷଣ ବ୍ୟବସ୍ଥାର ଶୁଣାଣି କରି ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ଏବଂ ଏନେଇ ପୁଣି ଥରେ ରାଜ୍ୟରେ ସଂରକ୍ଷଣ ତାଲିକା ପ୍ରକାଶ କରାଯିବାକୁ ଜିଲ୍ଲା ପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘୋଷଣା ପରେ ଏବେ ଆଶାୟୀଙ୍କ ଭିତରେ ଦ୍ୱନ୍ଦ ଦେଖାଯିବା ସହିତ ଏକ ପ୍ରକାର ଚୁପ୍ ବସିଥିବା ଦେଖାଯାଇଛି । ତେବେ ଚୂଡ଼ାନ୍ତ ପର୍ଯ୍ୟାୟ ସଂରକ୍ଷଣ ତାଲିକାକୁ ଏବେ ପ୍ରମୁଖ ତିନି ଦଳର ନଜର ରହିଥିବା ବେଳେ ଆଶାୟୀମାନେ ମଧ୍ୟ ଅପେକ୍ଷାରେ ରହିଛନ୍ତି ।
Next Post