ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗ୍ରାମର ଜି. ଏରେୟା ପୁରୁଣାକାଳିଆ ବାଦ୍ୟଯନ୍ତ୍ର କେନ୍ଦରା ବଜାଇ ଘର ଘର ବୁଲି ଗୀତ ପରିବେଷଣ କରି ପରିବାର ପ୍ରତିପୋଷଣ କରନ୍ତି । ନିତ୍ୟଂ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ଷ୍ଟୁଡିଓରେ ନିର୍ଦ୍ଧେଶକ କ୍ରିଷ୍ଣା ଡି.କେ.ଙ୍କ ପ୍ରଚେଷ୍ଟାରେ ସେ ନିଜ କଳା ପରିବେଷଣକୁ ଆହୁରି ଉନ୍ନତ ସ୍ତରକୁ ଆସିବାପରେ ଲୋକକଳା କାର୍ଯ୍ୟକାରୀ ସମିତି ବେଙ୍ଗାଲୁରୁର ଅନଲାଇନ-ୱାଟ୍ସଆପ ଗ୍ରୁପ୍ ରୁ ଏରେୟା ବାବୁଙ୍କ ଚଳନ୍ତି ପ୍ରତିଛବିର ଭିଜୁଆଲକୁ ସାଂସଦ ତଥା ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଦେଖି ମୁଗ୍ଧ ହୋଇଥିଲେ । କ୍ରିଷ୍ଣା ଡି. କେ.ଙ୍କ ମାଧ୍ୟମରେ ଜି. ଏରେୟାଙ୍କୁ ନିଜ ଆଶୀର୍ବାଦ ସ୍ୱରୂପ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି ଓ ଲୋକ କଳା କାର୍ଯ୍ୟକାରୀ ସମିତି ବେଙ୍ଗାଲୁରୁ ତରଫରୁ ଗଞ୍ଜାମ ଲୋକ କଳା ମହୋତ୍ସବରେ ତାଙ୍କୁ ସାମିଲ କରାଯିବା ନିମନ୍ତେ କମିଟି ସ୍ଥିର କରିଛି । ବେଙ୍ଗାଲୁରୁଠାରେ ଆୟୋଜିତ ଗଞ୍ଜାମ ଲୋକକଳା ମହୋତ୍ସବ ନିମନ୍ତେ ଏହି କଳା ପରିବେଷଣ ପାଇଁ ଜି.ଏରେୟାଙ୍କୁ ନିମନ୍ତ୍ରଣ କରାଯାଇଛି ।
Prev Post