csstore

ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟିର ଏକ ପ୍ରତିିନିଧି ଦଳ ବିକାଶ ସା’ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିଥିବା ବେଳେ ସମଲେଶ୍ୱରୀ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଅତିଶୀଘ୍ର ନୂତନ ଭାବେ ଏବଂ ଯୋଜନାବଦ୍ଧ ଭାବେ ଦେବୀଙ୍କୁ ସ୍ଥାନାନ୍ତର କରାନଯାଇ ନୂତନ ମନ୍ଦିର ଓ ନବ ଦୁର୍ଗାଙ୍କ ମୂର୍ତ୍ତି ଭାଙ୍ଗିଯାଇଛି ତାହାକୁ ନୂତନ ଭାବେ ବିଗ୍ରହ ପ୍ରତିଷ୍ଠା କରାଯାଉ, ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ଦ୍ୱାର ବିପଦ ମୁଖରେ ତାକୁ ନିର୍ମାଣ କରାଯାଉ, ସେବାକାର୍ଯ୍ୟ ପାଇଁ ରୋଷେଇ ଘର ନିର୍ମାଣ, ମନ୍ଦିରର ଜାଗା ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଉ, ଆଳତି ସମାଗ୍ରୀ ରଖିବା ପାଇଁ ଆଳତି ଗୃହ ନିର୍ମାଣ, ମନ୍ଦିର ପାଶ୍ୱର୍ରେ ପାର୍କିଂ, ପାଟଣେଶ୍ୱରୀ ଦେବୀଙ୍କ ଗର୍ଭଗୃହର ମୁଖ୍ୟ କବାଟ ନିର୍ମାଣ କରାଯାଉ, ବର୍ଷା ମାସରେ ପାଣି ଲିକ୍‌ ହେଉଛି ତାର ସୁବିଧା କରାଯାଉ ଏବଂ ଦେବୋତ୍ତର ବିଭାଗର ଗୋପାଳଜୀ ମନ୍ଦିରର ଗର୍ଭ ଗୃହରେ ମଧ୍ୟ ପାଣି ଗଳୁଛି, ପୂଜକଙ୍କ ଗୃହ ମଧ୍ୟ ବିପଦ ମୁଖରେ ଅଛି, ଦେବୋତ୍ତର ଅଫିସ ଗୃହ ମଧ୍ୟ ଦୁର୍ବଳ ଅବସ୍ଥାରେ ଅଛି, ମାଉସୀମା ମନ୍ଦିର ମଧ୍ୟ, ସହର ମଧ୍ୟରେ ଭାଗବତ ମନ୍ଦିରର ମାନ ମଧ୍ୟ ପୁନରୁଦ୍ଧାର କରାଯାଉ ଏବଂ ରାଣୀପୁର ଝରିଆଏଲ ଏବଂ ହରିଶଙ୍କର ସୋ÷÷ନ୍ଦର୍ଯ୍ୟିକରଣ କରାଯାଉ ବୋଲି ଦାବୀରେ ଉଲ୍ଲେଖ କରି ଦାବୀପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ କହିଥିଲେ ଯେ ଏକ କମିଟି ଗଠନ କରାଯାଇ ଏହାର ପଦକ୍ଷେପ ନିଆଯିବ ଓ ଜମି ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରାଯିବ ଓ ମନ୍ଦିରର ପ୍ରପୋଜାଲ ପଠାହୋଇଛି ବୋଲି କହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ କାହ୍ନା ଶତପଥି, ଶୋଭମ କୁମାର ଅଗ୍ରୱାଲ, ଅଭିଷେକ ଦାଶ, ପ୍ରଶାନ୍ତ ମହାକୁର, ଅଙ୍କୁଶ ପାଣ୍ଡିଆ, ବିନୋଦ କାଲସାଏ, ସୋମନାଥ ମିଶ୍ର, ପ୍ରଶାନ୍ତ ନାଏକ, ସୁରେଶ ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.