ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ପ୍ରଶ୍ନ କରାଯାଇଛି । ବରଗଡ଼ ଚିନିକଳ ପାଇଁ ଘୋଷଣା ହୋଇଥିବା ୧୧ କୋଟି ଟଙ୍କା କେବେ ମିଳିବ ? ବିଜେପୁର ଉପନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି ବରପାଲି ଓଭର ବ୍ରିଜ ନିର୍ମାଣ କେବେ ଶେଷ ହେବ ? ବରଗଡ଼ ପୁରୁଣା ହସ୍ପିଟାଲ କେବେ ପୂର୍ଣ୍ଣାଙ୍ଗ ସିଏଚ୍ସି ହେବ ? ସେହିପରି କ୍ୟାନ୍ସର ହସ୍ପିଟାଲ ଶିଳାନ୍ୟାସ କାହିଁକି ଅଟକି ଗଲା ବୋଲି ଜିଲ୍ଲା ଆବାହକ ପ୍ରଶ୍ନ କରିଛନ୍ତି । ସେହିପରି ଜିଲ୍ଲାରେ ଉତ୍କଟ ମରୁଡ଼ି ଘୋଷଣା କେବେ କରିବେ ? ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ କେବେ ଖୋଲିବେ ? ବସ୍ତି ବାସିନ୍ଧା ଓ ଭୂମିହୀନ ପରିବାରକୁ ଜମି ଅଧିକାର କେବେ ଦେବେ ? ବରଗଡ଼ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଓ ଷ୍ଟାଫ ନିଯୁକ୍ତି କେବେ ହବ ? ଜିଲ୍ଲାର ବିରୋଜଗାର ଯୁବକ ଯୁବତୀଙ୍କୁ ଚାକିରୀ କେବେ ମିଳିବ ବୋଲି ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି । ଅନ୍ୟତମ ସଦସ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ରମେଶ ପତି, ବରଗଡ଼ ଜିଲ୍ଳା ସମ୍ପାଦିକା ମରିୟମ ବାର୍ଲା, ଅଲିମ ରିଜବି, ଦିଲ୍ଲୀପ ବାର୍ଲା, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଅସିତ ସାହୁ, ସୁଦାମ ସାହୁ ମଞ୍ଚାସୀନ ଥିଲେ ।