ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପାସ୍‌ : ଗଣଶିକ୍ଷା ମନ୍ତ୍ରୀ

ଭୁବନେ‌ଶ୍ୱର : ପୁଣି ବଢିବାରେ ଲାଗିଲାଣି କରୋନା । ତେବ ତା ‌ସ୍ଥିତିକୁ ଦେଖି ଏ ବର୍ଷର ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ପାସ୍ । ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । କେବଳ ନବମ, ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବା ବେଳେ ସେମାନେ ଅଫଲାଇନ୍‌ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଆପାତତଃ ଏହା ସ୍ଥିର ହୋଇଛି । ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.