jayashree

ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ବୃଦ୍ଧ ନିଖୋଜ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଛତା ବାନ୍ଦୁ ଗୁଡ଼ା ନିକଟ ଇନ୍ଦ୍ରାବତୀ ପାୱାର ଚ୍ୟାନେଲକୁ ଶୌଚ ପାଇଁ ଯାଇ ପ୍ରଖର ସ୍ରୋତରେ ଜଣେ ବୃଦ୍ଧ ଭାସି ଯାଇ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ପ୍ରକାଶ ଯେ, ମଙ୍ଗଳପୁର ମାଝୀ ପଡାର କବି ମାଝୀ (୬୪) ଶୁକ୍ରବାର ସକାଳୁ ଚାଷ ଜମିକୁ ବୁଲି ଆସି ପାୱାର ଚେନ୍ନାଇରେ ଗାଧୋଉଥିବା ବେଳେ ପାଦ ଖସି ଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ପାୱାର ଚ୍ୟାନେଲ ପାର୍ଶ୍ଵରେ ରଖାଯାଇଥିବା ବାଡ଼ି, ଚପଲ ଓ କପଡାକୁ ଦେଖି ଲୋକେ ସନ୍ଦେହ କରିଛନ୍ତି । ଘଟଣା ସ୍ଥଳରେ ଜୟପାଟଣା ଅଗ୍ନିଶମ ବିଭାଗ ଓ ସମ୍ପର୍କୀୟମାନଙ୍କ ସହାୟତାରେ ଖୋଜାଖୋଜି କରୁଥିବା ବେଳେ ବୃଦ୍ଧ ଜଣଙ୍କୁ ଅଚେତ ଅବସ୍ଥାରେ ପାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.